ଭୁବେନେଶ୍ୱର କଲିକତା ଅଭିମୁଖେ ବାହାରିଲେ ତିନି ପରିବ୍ରାଜକ

0 6

ଭୁବେନେଶ୍ୱର କଲିକତା ଅଭିମୁଖେ ବାହାରିଲେ ତିନି ପରିବ୍ରାଜକ

ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ର ପରିବେଶ ଓ ଆତିଥ୍ୟ କୁ ପ୍ରଶଂସା କଲେ
ସୁସ୍ଥ, ସ୍ୱଛତା ଓ ପରିବେଶ ସୁରକ୍ଷା ସଚେତନତାର ମହତ ବାର୍ତ୍ତା ନେଇ ରାୟପୁର ସହରରୁ ଅକ୍ଟୋବର 7 ତାରିଖ ରୁ ୩ ଯୁବ ପରିବ୍ରାଜକ ଭାରତ ବର୍ଷର 29ଟି ରାଜ୍ୟ କୁ ପଦ ଯାତ୍ରା ରେ ବାହାରି ଗତ କାଲି ସୁବର୍ଣ୍ଣପୁର ରେ ପହଂଚିଥିଲେ l ତିନି ପରିବ୍ରାଜକ ଆଜି ସକାଳ 8 ଘଣ୍ଟା ରେ ସୁବର୍ଣ୍ଣପୁର ରୁ ଭୁବନେଶ୍ୱର ବାଟ ଦେଇ କଲିକତା ଯାତ୍ରା ଆରମ୍ଭ କରିଛନ୍ତି l ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସମେତ ସହର ର ପ୍ରମୁଖ ସ୍ବେଛାସେବୀ ସଂଗଠନ ସୋନପୁର ସହରରୁ ତାଙ୍କୁ ଶୁଭ ବିଦାୟଦେବା ସହ ଯାତ୍ରାର ଶୁଭକାମନା ଜଣାଇଛନ୍ତି l ସୁବର୍ଣ୍ଣପୁର ର ସମଗ୍ର ପରିବେଶ , ଜ଼ିଲ୍ଲା ପ୍ରଶାସନ, ମିଡ଼ିଆ ଓ ସ୍ବେଛାସେବୀ, ବୁଦ୍ଧିଜୀବୀ ଙ୍କ ବ୍ୟବହାର ଓ ଆତିଥ୍ୟ କୁ ଯୁବ ପରିବ୍ରାଜକ ମାନେ ଭୁୟସୀ ପ୍ରଶଂସା କରି ଏହା ଆମକୁ ଏ ଲମ୍ବା ଯାତ୍ରା ରେ ଖୁବ ଉତ୍ସାହ ଦେବ
ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.