ଭୁଶୁଡି ପଡିଲା ଇନ୍ଦ୍ରାବତୀର ଦକ୍ଷିଣ କେନାଲ ବନ୍ଧ
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବନ୍ଧ ଭୁଶୁଡି ପଡିବାରୁ ଶହ ଶହ ହେକ୍ଟର ଚାଷଜମି ରେ ପାଣି ମାଡିଯାଇ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଇନ୍ଦ୍ରାବତୀ ଦକ୍ଷିଣ କେନାଲ କଲମପୁର ପାଜେନ ଗାଁ ନିକଟରେ କେନାଲ ବନ୍ଧ ଦୁର୍ବଳ ଯୋଗୁ ଭାଙ୍ଗି ପଡିଛି ବର୍ତ୍ତମାନ ଚାଷିଙ୍କ ଧାନ ଅମଳହେବା ଅବସ୍ଥାରେଥିବା ବେଳେ ଚାଷଜମିରେ କେନାଲର ପାଣି ମାଡିଯିବା ଫଳରେ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି। ନିମ୍ନ ମାନର କାମ ଯୋଗୁଁ ବାରମ୍ବାର କେନାଲ ବନ୍ଧ ଭାଙ୍ଗୁଛି। ଏ ନେଇ ଇନ୍ଦ୍ରାବତୀ ବିଭାଗୀୟ କର୍ମଚାରୀଙ୍କ ଅବହେଳା କୁ ଦାୟୀ କରିଛନ୍ତି ଚାଷୀ। ଘଟଣାସ୍ଥଳରେ ଇନ୍ଦ୍ରାବତୀ ମୁଖୀଗୁଡାର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ଵିଦ୍ୟାଧର ସାହୁଙ୍କଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )