ଭୋଟର୍ ତାଲିକା ସ୍ବତନ୍ତ୍ର ସଂଶୋଧନ ନିମନ୍ତେ ବୈଠକ

0 13

ଖୋର୍ଦ୍ଧା : ଭୋଟର୍ ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଏକ ବୈଠକ ଜିଲ୍ଲାପାଳ,ଖୋର୍ଦ୍ଧା ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ , ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି କହିଥିଲେ ଭାରତର ନିର୍ବାଚନ ଆୟୋଗଙ୍କ ତରଫରୁ ଏହି ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା କରାଯାଇଛି।ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଛି। ତା ୧-୧୧-୨୦୨୧ ରିଖ ଠାରୁ ଭୋଟର୍ ତାଲିକାରେ ନାମ ପଞ୍ଜିକରଣ, ବାଦ ଓ ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ ।ଏହା ଆସନ୍ତା ତା୩୦-୧୧-୨୧ ରିଖ ପର୍ଯ୍ୟନ୍ତ ଚାଲିବ।ସଠିକ୍ ଭୋଟର୍ ତାଲିକା ପ୍ରସ୍ତୁତିରେ ଏହି ପ୍ରକ୍ରିୟା ସାହାଯ୍ୟ କରିବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢ଼ୀ ବୈଠକରେ ଯୋଗ ଦେଇ କହିଥିଲେ ଭୋଟର୍ ତାଲିକା ରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ -୬ ,ନାମକୁ ବାଦ୍ ଦେବା ପାଇଁ ଫର୍ମ -୭ ,ନାମ ସଂଶୋଧନ ପାଇଁ ଫର୍ମ -୮ ଏବଂ ଉଲ୍ଲେଖ ହୋଇଥିବା ନାମର ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ -୮ ( କ) ଦରଖାସ୍ତ ମତଦାନ କେନ୍ଦ୍ରରେ ଗ୍ରହଣ କରାଯାଇଛି। ତା ୧-୧-୨୦୨୨ ରିଖ ସୁଦ୍ଧା ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସର ବ୍ୟକ୍ତି ନୂତନ ଭୋଟର୍ ଭାବେ ପଞ୍ଜିକରଣ ପାଇଁ ଆବେଦନ କରି ପାରିବେ। ତା ୧-୧୧-୨୧ ରିଖ ଚିଠା ଭୋଟର୍ ତାଲିକା ପ୍ରକାଶନ କରାଯିବ। ତା ୧-୧୧-୨୧ ରିଖ ଠାରୁ ତା ୩୦-୧୧-୨୧ ରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ତା ୭-୧୧-୨୧ ରିଖ ରବିବାର ଓ ତା ୨୧-୧୧-୨୧ ରିଖ ସ୍ବତନ୍ତ୍ର ଅଭିଯାନ , ତା ୨୦-୧୨-୨୧ ରିଖ ସୁଦ୍ଧା ଦାବୀ ଓ ଆପତ୍ତି ଗୁଡ଼ିକର ସମାଧାନ ଓ ତା ୫-୧-୨୦୨୨ ରିଖ ଦିନ ଚୁଡାନ୍ତ ଭୋଟର୍ ତାଲିକା ପ୍ରକାଶନ କରାଯିବ। ଭୋଟର୍ ତାଲିକା ସଂଶୋଧନ ସମ୍ପର୍କିତ ବୈଠକରେ ଉପଜିଲ୍ଲାପାଳ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ,ଉପଜିଲ୍ଲାପାଳ , ଖୋର୍ଦ୍ଧା ଶ୍ରୀ ଆଇ. ଗୌରବ ଶିବାଜି,ଡେପୁଟି କଲେକ୍ଟର ଇଲେକ୍ସନ ଶ୍ରୀ ମୋହନ ସାହୁ,ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଭୋଟର୍ ତାଲିକା ସଂଶୋଧନ ସମ୍ପର୍କରେ ଆଲୋଚନା କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.