ଭୋଟ ଗଣତି ନିମନ୍ତେ ତାଲିମ ଅନୁଷ୍ଠିତ

0 4

ପିପିଲି ବିଧାନସଭା ଉପ ନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଆସନ୍ତା ୩୦ ତାରିଖରେ ମତଦାନ ହୋଇ ଅକ୍ଟୋବର ୩ ତାରିଖରେ ଭୋଟଗଣତି କରାଯିବ । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । ଗଣତି ପାଇଁ ଦୁଇଟି କକ୍ଷରେ ୧୪ଟି ଟେବଲ ଏବଂ ଅନ୍ୟ ଗୋଟିଏ ଟେବଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଗଣତି ସମ୍ବନ୍ଧିୟ ସମସ୍ତ ପ୍ରସଙ୍ଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ପିପିଲି ଓ ଡେଲାଙ୍ଗରେ ଥିବା ବୁଥ ଅଭିମୁଖେ ଯାତ୍ରା କରିବେ । ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେୟାର ହାଉସ୍ ଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଆସନ୍ତା ୩୦ ତାରିଖରେ ପୋଲିଂ ଦଳ ଆସିବା ପରେ ଇଭିଏମ୍ ଗୁଡିକୁ ସୁରକ୍ଷିତ ଭାବେ ରଖାଯିବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଏହି ଅବସରରେ ସାଧରାଣ ପର୍ଯ୍ୟବେକ୍ଷକ ଶ୍ରୀ ଏମ୍ ବୀରବ୍ରହ୍ମୟା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷନାଥ ଶର୍ମା, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.