ମକରନ୍ଦ ଙ୍କୁ ଘର ମିଳିବ କେବେ?

0 19

ସୁବର୍ଣ୍ଣପୁର,, କିଛି ଦିନ ତଳେ ହୋଇଥିବା ଲଘୁଚାପ ବର୍ଷାରେ ବେହାଲ ହୋଇପଡିଥିଲା ସୁବର୍ଣ୍ଣପୁର ଜିଲ୍ଲା । ଏବେ ବର୍ଷା ଛାଡି ଯାଇଛି ହେଲେ ଲୋକଙ୍କ ପାଇଁ ଛାଡି ଯାଇଛି ଦୁର୍ଦଶା । ବର୍ଷା ଯୋଗୁଁ ଅନେକ ଘର ଦ୍ୱାର ଭାଙ୍ଗି ପଡିଥିବାବେଳେ ଲୋକେ ଖୋଲା ଆକଶ ତଳେ ରହିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଘଙ୍କିଛୁ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ନନ୍ଦନମାଲ ଗାଁରେ । ଚାଳ ଛପର ଘର ଭାଙ୍ଗି ଯିବାରୁ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ପୁରା ପରିବାର ।
ସ୍କୁଲ ବାରଣ୍ଡାରେ ଏଣେ ତେଣେ ହୋଇ ପଡିଛି କିଛି ଲୁଗା ପଟା ଓ ଆସବାବ ପତ୍ର । ମସିଣା ଉପରେ ବସିଛନ୍ତି ଦୁଇ ପିଲା ସହ ଦୁଇ ସ୍ୱାମୀ ସ୍ତ୍ରୀ । ଖୋଲା ବାରଣ୍ଡା ପାଲଟିଛି ଏମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନନ୍ଦନମାଲର । ଗାଁ ର ମକରନ୍ଦ ନାଏକଙ୍କ ପରିବାର ଏବେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଏମାନଙ୍କ ଏହି ଦଶା କରିଛି ଲଘୁଚାପ ବର୍ଷା । ଲଗାଣ ବର୍ଷାରେ ମକରନ୍ଦଙ୍କ ମାଟିଘର ଭାଙ୍ଗି ଯାଇଥିବାବେଳେ ଆଉ ରହିବା ପାଇଁ ଜାଗା ନାହିଁ ଫଳରେ ବାଧ୍ୟ ହୋଇ ଚାରି ପ୍ରାଣି କୁଟୁମ୍ବ ଏହି ଖୋଲା ବାରଣ୍ଡାରେ ରହିଛନ୍ତି । ଆଜି ୮ ଦିନ ଧରି ଏମିତି ରହୁଥିଲେ ହେଁ ଏମାନଙ୍କ ପାଖରେ ପହଂଚି ପାରିନି ପ୍ରଶାସନ ।
କେବଳ ସେତିକି ନୁହେଁ ପର ଘରେ ମୁଲ ଲାଗି ପରିବାର ପୋଷନ୍ତି ମକରନ୍ଦ । ତାଙ୍କ ଜମି ବାଡି ଆଦୌ ନଥିବାବେଳେ ଏଯାଏଁ ରାସନ କାର୍ଡ ଖଣ୍ଡେ ମଧ୍ୟ ହୋଇନି । ଫଳରେ ବଡ କଷ୍ଟରେ ଚଳୁଛନ୍ତି ପରିବାର । ଏବେ ପୁଣି ଘର ଖଣ୍ଡିକ ଭାଙ୍ଗି ଯିବାରୁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ମକରମନ୍ଦଙ୍କ ପାଇଁ । ଏବେ ବିଦ୍ୟାଳୟର ଖୋଲା ବାରଣ୍ଡାରେ ବଡ କଷ୍ଟରେ ଆଶ୍ରୟ ନେଇଛନ୍ତି । ମକରନ୍ଦଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବା ସହ ତାଙ୍କୁ ରାସନ କାର୍ଡଟିଏ ଦେଲେ ସେମାନେ ଭଲରେ ରହିବେ ବୋଲି କହିଛନ୍ତି ଗାଁର ୱାର୍ଡ ମେମ୍ବର ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.