ଯାଜପୁର ଜିଲ୍ଲା ର ପ୍ରମୁଖ ବଜାର ବୋଲାଉଥିବା ମଙ୍ଗଳପୁର ବଜାର ର ଦୁର୍ଗାପୂଜା ହେଉଛି ସମ୍ପୂର୍ଣ ନିଆରା | ଏହି ସମୟରେ ଅଷ୍ଟମୀ, ନବମୀ, ଓ ଦଶମୀ ତିନି ଦିନ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ | କରୋନା ମହାମାରୀ ତଥା କଟକଣା ଯୋଗୁଁ ଦୁଇ ବର୍ଷ ହେବ ଫିକା ପଡିଛି ଏହି ଦଶହରା ପୂଜା | କେବଳ ପରମ୍ପରା ଅନୁଯାଇ ପୂଜା ଵିଧି ସମ୍ପନ୍ନ ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ମୃଣ୍ମୟ ମୂର୍ତ୍ତି ଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ, ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି | ସେପଟେ ଶ୍ରଦ୍ଧାଳୁ ମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି କେବେ ଏ କରୋନା ତଥା ଏହାର କଟକଣା ଦାଉରୁ ରକ୍ଷା ମିଳିବ |
ଯାଜପୁର ଇପିଏ ରୁ ସୀତାଂଶୁ ଶେଖର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )