ମଙ୍ଗଳା ନଇରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଧାର

0 2

ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳା ନଇରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଧାର ହୋଇଛି l ମୃତକ ଜଣକ ହେଉଛନ୍ତି ମଙ୍ଗଳା ଘାଟର ମାଗୁଣି ନାୟକ (୮୦ )l ମାଗୁଣି ମଙ୍ଗଳା ନଇକୁ ଶୌଚ ହେବା ପାଇଁ ଯାଇଥିଲେ l ଶୌଚ ସମୟରେ ଗୋଡ଼ ଖସିଯିବାରୁ ନଈ ଭିତରକୁ ଚାଲି ଯାଇ ମୃତୁ ବରଣ କରିଥିବା ସନ୍ଦେହ କରାଯାଉଛିl ତାଙ୍କ ମୃତ ଦେହ ଭାସିଥିବାର ଦେଖି ସ୍ଥାନୀୟ ଲୋକମାନେ ବାସେଲିସାହି ଥାନା କୁ ଜଣାଇଥିଲେ l ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଚି l ଘଟଣା କୁ ନେଇ ପୋଲିସ ର ଅନୁସନ୍ଧାନ ଜାରି ରହିଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.