ମଣ୍ଡୋସିଲ ଆଞ୍ଚଳିକ କୃଷକ ସଂଗଠନ ର ପ୍ରତିଷ୍ଠା ଦିବସ

0 2

ଆଞ୍ଚଳିକ କୃଷକ ସଂଗଠନ ମଣ୍ଡୋସିଲ ତାର ୨୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି।ମଣ୍ଡୋସିଲ,ବରତୁଣ୍ଡା,କାଂସଡ଼ା, ଝିଟିକି,ଛିନ୍ଦେକେଲା,ଜାମସେଠ, ମିଠାପାଲି ଆଦି ୧୦ଟି ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଅନୁଷ୍ଠିତ କୃଷକ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।ଅଞ୍ଚଳକୁ ସଂପୂର୍ଣ୍ଣ ମରୁଡି ଘୋଷଣା,କୃଷିଋଣ ଛାଡ, ଅଙ୍ଗନଦୀରେ ଚେକ୍ ଡ୍ୟାମ ନିର୍ମାଣ, ସାହିପାଲା ଓ ଡୂମ୍ବରବାହାଲ ଡ୍ୟାମ ରେ ପତରା ଡ୍ୟାମ ର ବଳକା ପାଣିକୁ ଏହିଠାରେ ସଂପୃକ୍ତ କରିବା,କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ୍ ପ୍ରତ୍ୟାହାର,ବିଜୁ ସ୍ବାସ୍ଥ୍ୟ ସ୍ମାଟକାର୍ଡ ରେ କୃଷକ ପରିବାରକୁ ସାମିଲ କରିବା ଆଦି ଦାବି ରହିଛି।କୃଷି ଓ କୃଷକଙ୍କ ସମସ୍ୟା ଏବଂ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ୍ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା।ମୁଖ୍ୟ ଅତିଥି ଭାବେ ବରଗଡ଼ କୃଷକ ସଂଗଠନର ବରିଷ୍ଠ କୃଷକ ନେତା ରମେଶ ମହାପାତ୍ର ଯୋଗଦେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ବରିଷ୍ଠ କୃଷକ ନେତା ରାଧେଶ୍ୟାମ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଜିଲ୍ଲା ପରିଷଦ ସଭ୍ୟ ବିଶ୍ଵନାଥ ବାଗ,ଗ୍ରୀସ ଡ଼ନସନା,ଗୁପତ୍ ରାମ ବାରିକ,ରାଜେନ୍ଦ୍ର ପ୍ରଧାନ,ରୁକ୍ମଣ ଧରୁଆ, ରୂପଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ପାଇକମାଳ ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.