ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସମ୍ବଲପୁର ବନ୍ଦ

0 11

ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ମୟୂରଭଞ୍ଜ ବନ୍ଦ ପରେ ଦଳ ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଦଳ ପକ୍ଷରୁ ସମ୍ବଲପୁରରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।ସକାଳୁ ସକାଳୁ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ। ଏହାର ପ୍ରଭାବରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏହାସହ ବିଭିନ୍ନ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଛି। ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ମମିତା ହତ୍ୟା ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି। ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।ବନ୍ଦ ଯୋଗୁ ଗାଡ଼ି ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି।ଜଣେ ବିଜେପି କର୍ମୀ କହିଛନ୍ତି, ମମିତା ବେହେରା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦୋଷକୁ ଲୁଚାଇଛନ୍ତି ସରକାର। ଏହାସହ ତଦନ୍ତକୁ ବାଟବଣା କରୁଛନ୍ତି।ଅନ୍ୟପକ୍ଷରେ ରାଜ୍ୟ ବିଜେପିର ଏକ ଟିମ୍ ମୃତ ମମିତା ମେହେର ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ୧୫ ଜଣିଆ ପ୍ରତିନିଧି ଦଳ ସେଠାକୁ ଯିବ। ଏହି ଟିମ୍‌ରେ ଶ୍ରୀ ମହାନ୍ତିଙ୍କ ସହିତ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ, ସଂଗୀତା ସିଂହଦେଓ ଓ ମୋହନ ମାଝୀ ପ୍ରମୁଖ ଅଛନ୍ତି।

ସମ୍ବଲପୁର ଇପିଏ ରୁ ବିରଂଚି ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.