ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

0 15

ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି କର୍ମୀ

ଭବାନୀପାଟଣା : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡ଼ୁଛି କଳାହାଣ୍ଡି ରାଜନୀତି। ବିରୋଧୀ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଜୋରଦାର ବିରୋଧ କରାଯାଉଛି। ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିବା ବେଳେ ଆଜି ତାଙ୍କ ଗାଡ଼ି ଉପରକୁ ହୋଇଛି ଅଣ୍ଡା ମାଡ଼।
ବିଜେପି ଦଳ ଜନସାଧାରଣଙ୍କ ଅସ୍ଥାଭାଜନ ଆଶାରେ ମମିତାଙ୍କ ପରିବାରକୁ ନ୍ୟାୟ ପାଇଁ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ୧୨ ଦିନ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ନ୍ୟାୟ ଶୋଭାଯାତ୍ରା । ମହାଲିଙ୍ଗରୁ ଆରମ୍ଭ ହୋଇଥିବା ନ୍ୟାୟ ଶୋଭାଯାତ୍ରା ଆଜି ଜୁନାଗଡ଼ରେ ପହଞ୍ଚିବ । ଏହା ପୂର୍ବରୁ ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ଏହାକୁ ଚେକ୍‌ ଦେବାକୁ ତଥା ନିଜ ଶକ୍ତି ପ୍ରଦର୍ଶନ କରିବାକୁ ବିଜେଡି ତରଫରୁ ମଧ୍ୟ ଜୁନାଗଡ଼ରେ ଏକ ମେଗା ସମାବେଶ ତଥା ମିଶ୍ରଣ ପର୍ବ ଆୟୋଜନ କରାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜୁନାଗଡ଼ ଗସ୍ତ ଥିବା ବେଳେ ଏହା ପୂର୍ବରୁ ଆଜି ଆୟୋଜିତ ହେଉଛି ବିଜେଡିର ମହାସମାବେଶ। ଏହି ସମାବେଶକୁ ୧୫ଶହ ବାଇକ୍‌ ରାଲି ଆସୁଥିବା ବେଳେ ଜୁନାଗଡ଼ କଲେଜ ଛକଠାରେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି କର୍ମୀ।
ଉକ୍ତ ମହାମିଶ୍ରଣ ପର୍ବକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଦାସ ଓ ପୂର୍ବତନ ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ସହ ଯାଉଥିବା ବେଳେ ବିଜେପି ଦଳ ପକ୍ଷରୁ ବିରୋଧର ସମ୍ମୁଖୀନ ହେଲେ। ମନ୍ତ୍ରୀ ବସିଥିବା ଗାଡ଼ି ଉପରକୁ ବିଜେପି କର୍ମୀ ଅଣ୍ଡା ମାଡ଼ କରିଥିଲେ। ଏଥିଯୋଗୁ ପ୍ରାୟ ୧୦-୧୫ ମିନିଟ୍‌ ସ୍ଥାନୀୟ ଅଞ୍ଚଳ ଋଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଏହାପରେ ମନ୍ତ୍ରୀ ସଭା ସ୍ଥଳକୁ ଚାଲି ଯାଇଥିବା ଜଣାଯାଇଛି। ପୁଲିସ୍‌ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜୁନାଗଡ଼ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଏହି ଅବସରରେ ସେ ହେଲଥ କାର୍ଡ ବଣ୍ଟନ କରିବେ ବୋଲି ଜଣାଯାଇଛି। ଏହାପୂର୍ବରୁ ବାରିପଦାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ମଞ୍ଚରୁ ଦୂରେଇ ରଖାଯାଇଥିଲା। ତେଣୁ ଆସନ୍ତାକାଲି ବିଜେଡି ପକ୍ଷରୁ କି ଋଣନୀତି ଆପଣାଯିବ ମନ୍ତ୍ରୀଙ୍କୁ ମଞ୍ଚରେ ଜାଗା ମିଳିବ, ନା ଦୂରେଇ ରଖାଯିବ ତାହା ଉପରେ ସମସ୍ତଙ୍କ ନଜର।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.