ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କର ବହିସ୍କାର ଓ ଗିରଫ ଦାବିରେ ମୟୁରଭଞ୍ଜ ଏସପି ଅଫିସ ସମ୍ମୁଖରେ ଧାରଣା ବିକ୍ଷୋଭ

0 5

ମମିତା ମେହେର ଶିକ୍ଷୟିତ୍ରୀ ଙ୍କ ବିଭତ୍ସ ହତ୍ୟାକାଣ୍ଡ ଓ ତାଙ୍କୁ ଟିକ୍ ଟିକ୍ କରି କାଟି ପୋଡିସାରି ପୋତି ଦେଇଥିବା ଘଟଣା ରେ ସଂପୃକ୍ତ ଥିବା ସମସ୍ତ ଦୋଷୀ ଓ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଉଥିବା ଓ ସଂପୃକ୍ତ ଥିବା ପୋଲିସ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କର ମନ୍ତ୍ରୀ ମଣ୍ଡଳ ରୁ ବହିସ୍କାର ଓ ଗିରଫ ଦାବି ମୟୁରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ମୟୁରଭଞ୍ଜ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ଦିବା ୧୧ ଘଣ୍ଟା ଠାରୁ ୧ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହ ବିଭାଗ ର ମନ୍ତ୍ରୀ ହୋଇଥିବାରୁ ତଦନ୍ତ କୁ ପ୍ରଭାବିତ କରୁଥିବାର ଅଭିଯୋଗ ସ୍ପଷ୍ଟ ହୋଇଥିବାରୁ ତାଙ୍କର ପଦବୀରେ ରହିବାର ନୈତିକ ଅଧିକାର ନାହିଁ, ନ୍ୟାୟ ର ଡିମଡିମ୍ ପିଟୁଥିବା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଏ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ରୁ ବରଖାସ୍ତ କରିନାହାନ୍ତି ଏହା ଚର୍ଚ୍ଚା ର ବିଷୟ, ଯଦି ସେ ଇସ୍ତଫା ନ ଦିଅନ୍ତି ବା ମୂଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ ନ କରନ୍ତି ତାହାହେଲେ ଏ ଆନ୍ଦୋଳନ କୁ ତିବ୍ରତର କରାଯିବ ବୋଲି ମହିଳା ନେତ୍ରୀ ସୁସ୍ମିତା ଘୋସାଲ ଦୃଢ଼ତା ର ସହ ପ୍ରକାଶ କରିଛନ୍ତି ।
ଏହି ବିକ୍ଷୋଭ ରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ବରିଷ୍ଠ ନେତା ଶ୍ରୀ ବିଜନ କୁମାର ଦାସ, ରାଜ୍ୟ ସଂପାଦକ ପ୍ରଭାଶ କରମହାପାତ୍ର ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ଉପସଭାପତି ଅରବିନ୍ଦ ଦାସ, ଟାଉନ ସଭାପତି ଶ୍ରୀ ଶାନ୍ତନୁ ପାଲ, ଜିଲ୍ଲା ମୁଖପାତ୍ର ଅଶୋକ ଅଧିକାରୀ, ଅଜୟ ମହାପାତ୍ର, ସାଧାରଣ ସମ୍ପାଦକ ସୁଦୀପ ମନ୍ତ୍ରୀ,ଏସି ସେଲ ଅଧ୍ୟକ୍ଷ ସଞ୍ଜୟ ସେଠୀ,ଓବିସି ସେଲ ଅଧ୍ୟକ୍ଷ ଦୀଲ୍ଲୀପ ନାଏକ, କୋଷାଧ୍ୟକ୍ଷ ଦୀପକ ଦାଶ ,ଏଡଭୋକେଟ ସ୍ଵରୁପ ମିଶ୍ର,ପ୍ରଦୀପ ମିଶ୍ର,ଯୁବ ନେତା ରତନ ଲାଲ ଶର୍ମା, ଛାତ୍ର ସଭାପତି ମୋତି ଦାସ,ସ୍ବାଗନ ଦାସ,ନିର୍ମଳ ପ୍ରଧାନ, ଶେଖ ମୁସ୍ତାଫା, ହରିଶଙ୍କର ଦାସ, ମହିଳା ନେତ୍ରୀ ସୁନନ୍ଦା ସାହୁ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ସୁଭସ୍ମିତା ଦାସ, କାର୍ତ୍ତିକ ମହାନ୍ତ, ସୁରେନ୍ଦ୍ର ମହାନ୍ତ , ମନୋଜ ଦାସ ଙ୍କ ବ୍ୟତୀତ ପ୍ରାୟ ଶହେ ଜଣ ମହିଳା କର୍ମୀ ବିକ୍ଷୋଭ ରେ ସାମିଲ ହୋଇଥିଲେ ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.