ମମିତା ମେହର ହତ୍ୟାକାଣ୍ଡ କୁ ନେଇ କୁଚିଣ୍ଡା ୧୨ଘଣ୍ଟିଆ ବନ୍ଦ ପାଳନ

ମମିତା ମେହର ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବିରେ କୁଚିଣ୍ଡା ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ। ବିଜେପି ପକ୍ଷରୁ କର୍ମୀ ମାନେ ସହରର ସମସ୍ତ ରାସ୍ତା ରେ ଗ୍ରୁପ ହୋଇ ରାସ୍ତା ଅବରୋଧ କରି ଗାଡି ଚଳାଚଳ କୁ ସଂପୂର୍ଣ୍ଣ ବନ୍ଦ କରିଥିଲେ। ଦିନ ୯.୩୦ ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଓ କୋଟ ସମ୍ମୁଖରେ ପିକେଟିଂ କରି ବନ୍ଦ କରିଥିଲେ। ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ର ବ୍ୟବସ୍ଥା କରାଯାଇଥିଲା।
କୁଚିଣ୍ଡା ଇପିଏ ରୁ ଗଗନ ଶର୍ମାଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )