ମମିତା ମେହେର ଙ୍କ ଅପହରଣ ଓ ହତ୍ୟା ଘଟଣା ବିଜେପି କୁଚିଣ୍ଡା ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ କୁଶପୁତ୍ତଳିକା ଦାହ।

0 16

କୁଚିଣ୍ଡା ଠାରେ ମମିତା ମେହେରଙ୍କ ଅପହରଣହତ୍ୟା ଘଟଣାରେ ବିଜେପି କୁଚିଣ୍ଡା ମହିଳା ମୋର୍ଚ୍ଚା ପକ୍ଷରୁ କୁଚିଣ୍ଡା ଏସଡିପିଓ ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ କେପ୍ଟେନ ଦିବ୍ୟ ଶଙ୍କର ମିଶ୍ର ର କୁଶପୁତ୍ତଳିକା ଦାହ କରାଯାଇଥିଲା।ଏହି ଅବସରରେ ପାଞ୍ଚ ଦଫା ଦାବି ନେଇ ମହାମହିମ ରାଜ୍ୟ ପାଳଙ୍କୁ ଉଦ୍ଦେଶ୍ୟ କରି କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଲିଲିମା କାଲୋ, ମମତା ପଟେଲ, ଜିଲ୍ଲା ଉପସଭାନେତ୍ରି ଅନୁପମା ନାଏକ, ପୁଷ୍ପାଞ୍ଜଳି ପଟେଲ, ସୁରେଶ୍ଵରୀ ପସୟତ, ସଉଦାମିନି ଛତ୍ରିଆ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶିଲ କର, ନଗର ଉପସଭାପତି ମହେଶ ରାୟ, ଯଶବନ୍ତ ବଳୁଆ, ନଗର ସାଧାରଣ ସମ୍ପାଦକ ପ୍ରାଣବନ୍ଧୁ ନାଥ, ସରୋଜ ଡନସେନା, ବିବେକ ରାୟ, ପ୍ରମୁଖ ଉପସ୍ଥିତ ଥିଲେ।

କୁଚିଣ୍ଡା ଇପିଏରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.