ମମିତା ମେହେର ମର୍ଡ଼ର କେସ ରେ ଯାଜପୁର ବିଜେପିର ଜିଲାପାଳ ଅଫିସ ଘେରାଉ

0 31

ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ଘଟଣାର ସବୁଆଡେ ଅସନ୍ତୋଷ ବୃଦ୍ଧି ପାଇଛି।ବିଜେପି ଯାଜପୁର ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଗୌତମ ରାୟ ଙ୍କ ନେତୃତ୍ୱରେ ଆଜି ଯାଜପୁର ଜିଲ୍ଲାର ସଦର ମହକୁମା ଠାରେ ଏକ ବିରାଟ ପଟୁଆର ରେ ଭାଜପା କର୍ଯ୍ୟକର୍ତା ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ।ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ନେଇ ବହିଷ୍କାର ଦାବି କରିଛି ଯାଜପୁର ଜିଲ୍ଲା ବିଜେପି ।ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀ ରାଜ ହରିଚନ୍ଦନ, ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରୁ ପ୍ରଦୀପ ବଳସାମନ୍ତରାୟ, ଧର୍ମଶାଳା ରୁ ସ୍ମୃତିରେଖା ପହି, ବରୀ ନିର୍ବାଚନ ମଣ୍ଡଳୀ ରୁ ସୁରଜଲାଲ ସାମଲ,ବିଂଝାରପୁର ନିର୍ବାଚନ ମଣ୍ଡଳୀ ରୁ ବବିତା ମଲ୍ଲିକ, ରବି ନାରାୟଣ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା ଙ୍କ ସମେତ ଜିଲ୍ଲା ଓ ରାଜ୍ୟ ର ବହୁ ନେତୃ ମଣ୍ଡଳ ଓ କର୍ଯ୍ୟକର୍ତା ଯୋଗ ଦେଇ ମମିତା ମେହେର ହତ୍ୟା କାଣ୍ଡ ରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ର ଇସ୍ତଫା ଦାବି କରିଥିଲେ।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.