ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ୩୦ ରେ ୬ ଘଣ୍ଟିଆ ଭଦ୍ରକ ବନ୍ଦ

0 5

ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ଅପହରଣ ପରେ ଅମାନୁଷିକ ଭାବେ ହତ୍ୟା କରାଯିବା ପରେ ରାଜ୍ୟରେ ଦେଖା ଦେଇଛି ଅଶାନ୍ତି , ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ମଧ୍ୟ କରାଯାଉଛି । ନିରୀହ ମମିତା ମେହେର ଙ୍କୁ ଯେଉଁପରି ଭାବେ ହତ୍ୟା କରାଗଲା ଓ ରାଜ୍ୟ ସରକାରଙ୍କ କେବିନେଟ ମନ୍ତି ମଣ୍ଡଳ ର ଜଣେ ଟାଣୁଆ ନେତା ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃତ୍କ୍ତି ନେଇ ତାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର କରିବା ସହ ଗିରଫ କରିବା ପାଇଁ ଦାବି କରିବା ନେଇ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା ତା ୩୦.୧୦.୨୧ ରିଖ ଦିନ ଭଦ୍ରକ କୁ ୬ଘଣ୍ଟିଆ ବନ୍ଦ ପାଳନ କରାଯିଵା ନେଇ ଆଜି ବିଜେପି କାର୍ଯ୍ୟାଳରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ |ଏହି ସମ୍ମିଳନୀରେ ସଂସଦୀୟ ନେତା ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବିଧାନସଭା ସ୍ଥରୀୟ ନେତା ଶ୍ରୀ ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳଙ୍କ ସମେତ ଅନେକ ନେତୃ ମଣ୍ଡଳୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ |

ଭଦ୍ରକ ଇପିଏରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.