
ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ ରାଜ୍ୟ ଆଦେଶ କ୍ରମେ କୁଚିଣ୍ଡା ବ୍ଲକ ସମ୍ମୁଖରେ ଭାରତୀୟ ଜନତା ପାର୍ଟି କୁଚିଣ୍ଡା ନଗର, ଚୈତ୍ରା ଏବଂ ଗୁଦଗୁଦା ମଣ୍ଡଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଫଟୋ ଚିତ୍ର ଦାହ କରାଗଲା। ଏହି କାର୍ଯ୍ୟକ୍ରମରେ ତିନି ମଣ୍ଡଳ ସଭାପତି କାହ୍ନୁ ଚରଣ ନାୟକ, ପୂର୍ଣ୍ଣ ଚନ୍ଦ୍ର ପଟେଲ, ଉପେନ୍ଦ୍ର ପଟେଲ, ଜିଲ୍ଲା ପ୍ରବକ୍ତା ପିଙ୍କୁ ପାଣି, କୁଚିଣ୍ଡା ବ୍ଲକ ସାଂସଦ ପ୍ରତିନିଧି ବିରଞ୍ଚି ଦର୍କା, ନଗର ଉପସଭାପତି ମହେଶ ରାୟ, ନଗର ସାଧାରଣ ସମ୍ପାଦକ ପ୍ରାଣବନ୍ଧୁ ନାଥ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।
କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )