ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଓ CBI ତଦନ୍ତ ଦାବିରେ ବିଜେପିର ୬ ଘଣ୍ଟିଆ ଭଦ୍ରକ ବନ୍ଦ

0 9

ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ଅପହରଣ ପରେ ଅମାନୁଷିକ ଭାବେ ହତ୍ୟା କରାଯିବା ପରେ ରାଜ୍ୟରେ ଦେଖା ଦେଇଛି ଅଶାନ୍ତି , ବିରୋଧୀ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ମଧ୍ୟ କରାଯାଉଛି । ନିରୀହ ମମିତା ମେହେର ଙ୍କୁ ଯେଉଁପରି ଭାବେ ହତ୍ୟା କରାଗଲା ଓ ରାଜ୍ୟ ସରକାରଙ୍କ କେବିନେଟ ମନ୍ତି ମଣ୍ଡଳ ର ଜଣେ ଟାଣୁଆ ନେତା ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃତ୍କ୍ତି ଥିବା ନେଇ ତାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର କରିବା ସହ ଗିରଫ କରିବା ଓ CBI ତଦନ୍ତ ଦାବି କରିବା ନେଇ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ୬ଘଣ୍ଟିଆ ବନ୍ଦ ପାଳନ କରାଯାଇଛି, ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରାଯାଇ ବନ୍ଦ କରାଯାଉଛି। ସଂସଦୀୟ ନେତା ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବିଧାନସଭା ସ୍ଥରୀୟ ନେତା ଶ୍ରୀ ପ୍ରଦୀପ ନାୟକ,ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଶରତ ପଡ଼ିଆରୀ ଙ୍କ ସମେତ ଅନେକ ନେତୃ ମଣ୍ଡଳୀ ଓ କର୍ମୀ ଉପସ୍ଥିତ ରହି ପିକେଟିଂ କରି ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ସହ ନରବାଜି ଦେଇଥିଲେ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଲକ୍ଷ୍ୟ କରି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଭଦ୍ରକ ଜିଲ୍ଲା ଇପିଏରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.