ମମିତା ହତ୍ୟା ମାମଲା: ମମିତାଙ୍କ ଗାଁ ଝରନୀରେ ପହଞ୍ଚିଲା ବିଜେପି ଟିମ୍

0 12

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଝରନୀରେ ପହଞ୍ଚି ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଛନ୍ତି । ୮ ତାରିଖ ପୂର୍ବରୁ ବି ମମିତା ବାହାରକୁ ଯାଇଥିଲେ, ଘଟଣାରେ କେବେହେଲେ ଜଣେ ସଂପୃକ୍ତ ନଥିବ, ଘଟଣା ପଛରେ ଆଉ କେହି ନିଶ୍ଚିତ ଥିବେ, ସମସ୍ତଙ୍କୁ ଧରାଯାଉ ଓ ଫାଶି ଦିଆଯାଉ: ମମିତା ମେହେରଙ୍କ ବାପା ।
ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଲେ- ଘଟଣାକୁ ଦେଖିଲେ ଏଥିରେ ଜଣକର ସଂପୃକ୍ତି ବୋଲି ମାନିବା ଠିକ ନୁହେଁ, ଏହା ପଛରେ ଥିବା ବଡ଼ ଷଡ଼ଯନ୍ତ୍ର ଉନ୍ମୋଚନ ପ୍ରତି ତଦନ୍ତ ଆଗେଇବା ଉଚିତ, ପୁଲିସ୍ ତଦନ୍ତରେ ବହୁତ ଅବହେଳା ଥିବା ଦେଖାଯାଇଛି ।

ଇପିଏ ରୁ ବିରଂଚି ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.