ମରଣ ଯନ୍ତା ପାଲଟିଛି କୁଜଙ୍ଗ ଗଣ୍ଡିକି ପୁର ରାସ୍ତା

0 35

ତିର୍ତୋଲ :ରାସ୍ତା ନିର୍ମାଣ ନାରେ କାଳଖେପଣ ନିତ ଠିକାଦାର କରୁଥିବା ରୁ ଦୈନ ଦିନ ଦୃଘଟଣା ର ଲମ୍ବାଲିଷ୍ଟି କୁଜଙ୍ଗ ଅଞ୍ଚଳରେ ବଢିବାରେ ଲାଗିଛି ,ମିଳି
ଥିବା ଅଭିଯୋଗ ଅନୁଯାୟୀ କୁଜଙ୍ଗ ବ୍ଲକ କୁ ଆସିବା ଲାଗି ଶହଶହ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି, ବିଗତ ଦିନରେ ରରାସ୍ତାଟି ସଙ୍କୁଚିତ ଥିଲା ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ପରେ ଏହାକୁ ପ୍ରସସ୍ଥ କରିବାଲାଗି ତିର୍ତୋଲ ର ମଣିଜଗାଂ ଠାରେ ଥିବା ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିନ ତାଳଦଣ୍ଡା ସହକାରୀ (କନିଷ୍ଠ) ଯନ୍ତ୍ରୀ ସେକସନ ଏହାକୁ ଏଷ୍ଟିମେଣ୍ଟ କରି ଥିଲା ଓ ପୂର୍ତ୍ତ ବିଭାଗ ଏହାକୁ ୨୦୧୭/୧୮ରେ ଟେଣ୍ଡର କରି ଜଣେ ନାମଜାଦା ଠିକାଦାରଙ୍କୁ ଏହା ମିଳିଥିଲା, ଉକ୍ତ ଠିକାଦାର ଏହାକୁ ସବଲେଟ କରି ଏବେ ଅନ୍ୟ ଦ୍ୱାରା କାମ ଚାଲୁ ରଖିଛି। ମାତ୍ର କାମସାରି ପାରୁ ନାହାଁନ୍ତି।ପ୍ରାୟ ୨୦ କୋଟି ଟଙ୍କାର ଏହି ରାସ୍ତା କାମ ଅଧା ପନ୍ତରିଆ ହୋଇ ପଡି ରହିଛି। ପଞ୍ଜାବୀ ଛକ ଠାରୁ ସମାଗୋଳ ଜେଲେରୋଡ ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ଠିକାଦାର ତାଡି ଖାଲ ଖମା କରି ପକାଇ ରଖିଥିବା ବେଳେ ଏଠାରେ ପ୍ରତିଦିନ ଦୃଘଟଣା ଘଟିବାରେ ଲାଗିଥିବା କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡିଛି, ଏଥି ସହିତ ଏହି ରାସ୍ତା ର ଦୁଇପାଖ
ରେ ରହୁଥିବା ବାସଗୃହ ଗୁଡିକ ଧୂଳି ଧୂଆଁ ରେ ପୋତି ହୋଇ ପଡୁଛି,ଶ୍ରିଘ୍ର ରାସ୍ତା କମ ଶେଷ କରିବା କୁ ସାଧାରଣ ରେ ଦାବି ହେଉଛି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.