“ମରି ନାହିଁ ମାନବିକତା ବଞ୍ଚିଛି ମଣିଷ ପଣିଆ”

ରାସ୍ତା କଡରୁ ଅସହାୟଙ୍କୁ ଉଦ୍ଧାର କଲା ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା
ଯାଜପୁର : “ମରି ନାହିଁ ମାନବିକତା ବଞ୍ଚିଛି ମଣିଷ ପଣିଆ” ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର କୁଆଖିଆ ଠାରେ ।
ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବିବସ୍ତ୍ର ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ଭଗବାନ ଙ୍କ ଭରସା ରେ କୁଆଖିଆ ବଜାରରେ ପଡିରହିଥିଲେ।
ଯିଏ ଯାହା ଦେଲେ ଖାଇଲେ ନଚେତ୍ ସେମିତି ଭୋକ ଉପାସରେ ପଡି ରହିଲେ।
ଖବର ପାଇ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ , ସନ୍ତୋଷ କୁମାର ସାହୁ , ଟୁକୁନା ଦାସ , ସୌମ୍ୟରଞ୍ଜନ ସାହୁ ପ୍ରମୁଖ କୁଆଖିଆ ଠାରେ ପହଁଚି ଥିଲେ । ତାଙ୍କୁ ଅପରିସ୍କାର ଜାଗାରୁ ଉଦ୍ଧାର କରି ଦାଢ଼ି – ଚୁଟି – ନଖ କୁ କାଟି ଗାଧୋଇ ଦେଇ ବସ୍ତ୍ର ପିନ୍ଧାଇ ଥିଲେ ଏବଂ ଆଘାତ ହୋଇଥିବା କ୍ଷତ ସ୍ଥାନ କୁ ପ୍ରାଥମିକ ଚିକିତ୍ସା କରିଥିଲେ।
ପ୍ରତିଷ୍ଠାତା ଶ୍ରୀ ଦାଶ୍ କହିଛନ୍ତି ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ପ୍ରତ୍ୟେକ ଜିଲ୍ଲା ରେ ଏହିପରି ଅସହାୟ ମାନସିକ ଭାରସାମ୍ୟ ହରାଇ ଥିବା ଲୋକଙ୍କ ପାଇଁ ଚିକିତ୍ସା କିମ୍ବା ରହିବାର ଉତ୍ତମ ବ୍ୟବସ୍ଥା ହୁଅନ୍ତା ତେବେ ସହର ବଜାର ରେ ଏହିପରି ଦୃଶ୍ୟ ଦେଖିବାକୁ ମିଳନ୍ତା ନାହିଁ । ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଟିମ୍ ଅନେକ ଙ୍କୁ ଉଦ୍ଧାର କରି ଥଇଥାନ କରାଇ ପାରନ୍ତେ ।
ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )