ମହାନଦୀରେ ଭାସୁଥିବା ସ୍ଥାନୀୟ ଯୁବକ ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

0 4

ଭରା ନଇରେ ଭାସୁଥିବା ଏକ ଯୁବକ ଙ୍କୁ ପବ୍ଲିକ ରୁ ସୂଚନା ପାଇ ସୋନପୁର ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ଚାରି ଘଣ୍ଟା ର ଅପରେସନ ପରେ ଉଦ୍ଧାର କରି ମେଡିକାଲ କୁ ଚିକିତ୍ସା ପାଇଁ ପହଞ୍ଚାଇ ସ୍ଥାନୀୟ ପୋଲିସ କୁ ହସ୍ତାନ୍ତର କରିଥିବା ଜଣା ଯାଇଛି l ଖବର ପାଇ ସୋନପୁର ଦମକଳବାହିନୀ ଅଧିକାରୀ ବଳରାମ ପଧାନ ଙ୍କ ନେତୃତ୍ୱ ରେ ଓ କନେଷ୍ଟ ବଲ ଦିଲୀପ ଦେହୁରୀ ଙ୍କ କୌଶଳ କ୍ରମେ ସମସ୍ତ କର୍ମଚାରୀ ଙ୍କ ସହାୟତା ରେ ଦୀର୍ଘ ୪ ଘଣ୍ଟା ର ଅପରେସନ ପରେ ଖୁବ କଷ୍ଟ ରେ ଉକ୍ତ ଯୁବକ ଙ୍କୁ ଉଦ୍ଧାର କରି ନୌକା ରେ ତେନ୍ତୁଳି ଘାଟ ମହାନଦୀ କୂଳକୁ ଆଣିଥିଲେ l ମହାନଦୀ ସେତୁ ଉପରେ ଗୋଟିଏ ଏଟିଏମ,ମୋବଇଲ,ଚପଲ ଓ ସାଇକେଲ ରଖାଇଯାଇଥିବାରୁ ଯୁବକଟି କିଛି ଘରୋଇ କଳି ରୁ ଆତ୍ମହତ୍ୟା ପାଇଁ ଭରା ନଇକୁ ଲମ୍ପ ଦେଇଥିବା କୁହାଯାଉଛି l ଏବେ ସୁଦ୍ଧା ଯାହା ରିପୋର୍ଟ ମିଳିଛି ପୋଲିସ ଉକ୍ତ ଯୁବକଙ୍କୁ ଥାନା ରେ ରଖି ଅଧିକ ପଚରା ଉଚୁରା କରୁଛି l ଏବଂ ଯୁବକଙ୍କ ନାଁ ସାରଥୀ ତାଣ୍ଡି ବୋଲି ଖବର ମିଳିଛି l

ସୁବର୍ଣ୍ଣପୁର ଜିଲା ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.