ମହାନ୍ ସଂଘ ର ୩୭ ତମ ପ୍ରତଷ୍ଠା ଦିବସ

0 8

ଅବଦୁଲ୍ କାଲାମ୍ ମେମୋରୀୟଲ ଛାତ୍ରାବାସ ଉଦଘାଟିତ

ବ୍ରହମପୁର : ବ୍ରହମପୁର ଠାରେ ୩୭ ବର୍ଷ ତଳେ ସମାଜ ସେବା ଆରମ୍ଭ କରି ଆଜି ସାରା ଦେଶରେ ନିଜ କର୍ମରେ ପ୍ରତିଷ୍ଠା ଲାଭ କରି ସୁନାମ ଅର୍ଜନ କରିଥିବା ଅନୁଷ୍ଠାନ ମହାନ୍ ସଂଘ ର ନିଶ୍ଵ। ର୍ଥ ପର ସେବା, ଜରାନିୱାସ, ବ୍ରହ୍ମପୂର୍ ମହୋତ୍ସବ, ଜନସଚେତନତା କାର୍ଯ୍ୟକ୍ରମ ପ୍ରକୃତରେ ମହାନ ବୋଲି ଆଜି ସଂଘର୍ ୩୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଂଘ ର ପ୍ରତିଷ୍ଠାତା ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ରାମଚନ୍ଦ୍ରପୁର ବିଶ୍ଵ ନିକେତନ୍ ଠାରେ ଅନୁଷ୍ଠିତ କାର୍ଯକ୍ରମରେ ଓଡିଶା ବିଧନସଭା ବାଚସ୍ଵତି ଡ ସୂର୍ଯୟନାରାୟଣ ପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି ମହାନ୍ ସଂଘର ୩୭ ବର୍ଷ ର କାର୍ଯ୍ୟକ୍ରମ ଓ ସଦସ୍ୟ ସଦସ୍ୟା ମାନଙ୍କ ତ୍ୟାଗ କୁ ପ୍ରସଂଶା କରିଥିଲେ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ( କାରାଗାର) ଶ୍ରୀ ସନ୍ତୋଷ କୁମାର ଉପାଧୟା ମୁଖ୍ୟ ଅତଥିଭାବେ ଯୋଗଦେଇ ସଂଘର ଜରା ନିବାସ କାର୍ଯ୍ୟକ୍ରମ ଓ ସମାଜସେବା ପ୍ରକୁତରେ ମହାନ୍ ବୋଲି ମତ ବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରସେଖର ସାହୁ ଓ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଯୋଗଦେଇ ମହାନ୍ ସଂଘ ର ଛାତ୍ର। ବାସ ଓ ମହିଳା ଶିଶୁକଲ୍ୟାଣ କାର୍ଯ୍ୟ କ୍ରମ ଅତି ପ୍ରସଂଶନୀୟ ବୋଲି କହିଥିଲେ। ବି ଦି ଏ ପୂର୍ବତନ ସଭାପତି ସୁବାଷ ମହରଅଣ । ଇ ଲେଙ୍କା ପ୍ରସାଦ, ପୂର୍ଗତନ୍ ତହସିଲଦାର ଉଦୟ ପ୍ରଧାନ, ଡୁରା ସରପଞ୍ଚ ଶ୍ରୀମତୀ ସୁଜାତା , ମହିଳା ବିଭାଗ ଅଧ୍ୟକ୍ଷ। ଶ୍ରୀମତୀ ଦେବିପ୍ରଭା ରଥ ଙ୍କ ସମେତ୍ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ସମ୍ପାଦକ ଶ୍ରୀ ପ୍ରସାନ୍ତ କୁମାର ପାତ୍ର ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ହରିପ୍ରସାଦ ମାଳନା ଧନ୍ୟବାଦ ପ୍ରଦାନ କରିଥିଲେ। ଗ୍ଯନ ଦୀପ କଲେଜ ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶ୍ରୀ ସଞ୍ଜୟ ମ।ଝି, ହୂର୍ଶିକେଶ ସାହୁ , ବିକ୍ରମ ସାବତ, ସରୋଜ ପଣ୍ଡା, ଗିତାର।ଣୀ ସାହୁ, ସବିତା ସାହୁ, କୈଳାସ ମାଳନା, ବ୍ରଜ ନାୟକ, ପୀତବାସ ନାୟକ, ସିମ।ଞ୍ଚଲ୍ ପାଣିଗ୍ରାହୀ, ହରିକୃଷ୍ଣ ମିଶ୍ର, ଭି ରବିକୁମାର ଗୁପ୍ତା, ପ୍ରକାଶ ଭାଜନି, ଇ ତେଜେସ୍ୱର ରାଓ, ନଳିନୀ ସାହୁ, ଶ୍ରୀମତୀ ଲେନାଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମରେ ଅବୁଦୂଳକଲମ୍ ଛାତ୍ର।ବାସ କୁ ଅତିଥ ମାନେ ଉଦଘାଟନ କରିଥିଲେ l

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.