ମହାନ୍ ସଂଘ ସଭାପତି ଙ୍କ ମହାନତା

0 9

ଜରା ନିବାସ ଅନ୍ତେବାସି ଙ୍କୁ ନିଜେ ଦେଲେ ମୁଖାଗ୍ନି

ବ୍ରହମପୁର :ସମାଜରେ ଅବହେଳିତ ବରିଷ୍ଠ ନାଗରିକ ମାନକୁ ଯତ୍ନ ନେଇପାରୁନଥିବା ବେଳେ ବିଶିଷ୍ଟ ସମାଜସେବୀ ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ନିଜର କିଛି ସଦସ୍ୟ – ସଦସ୍ୟା ଙ୍କ ସହୋଜୋଗରେ ଦୀର୍ଘ ୧୨ ବର୍ଷ ଧରି ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ରପୁର ଠାରେ ନିଜସ୍ଵ ପ୍ରଚେଷ୍ଟାରେ ବିଶ୍ୱ ନିକେତନ ନାମକ ଜରା ନିବାସ ପ୍ରତିଷ୍ଠା କରି ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ସେବା ସୁସର୍ଷା ସହ ତାଙ୍କର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଏପରିକି ବହୁ ପିତା ମାତା ଙ୍କୁ ନିଜ ପୂତ୍ର ସହ ଆପୋଷ ବୁଝାମଣା ମାଧ୍ୟମ ରେ ପରିବାର ଙ୍କ ମିଳାମିଶା କରିଛନ୍ତି। ଆଉପାଦେ ଆଗକୁ ଯାଇ ୮୭ ବର୍ଷ ର ବୃଦ୍ଧା ଅନ୍ତେବାସି ଙ୍କ ବିୟୋଗରେ ତାଙ୍କର ସମ୍ପର୍କୀୟ ନ ଆସିପାରିବାରୁ ଆଶ୍ରମ ପକ୍ଷରୁ ତାଙ୍କର ଶେଷକୃତ୍ୟ ସଂପନ୍ନ କରା ଯାଇଥିଲା

। ହେଲେ ପରମ୍ପରା ଅନୁଯାୟୀ ନିଜ ଲୋକ ମୁଖାଗ୍ନୀ ଦେବାକଥ। କିନ୍ତୁ ବୃଦ୍ଧା ଙ୍କ ଏକମାତ୍ର ସମ୍ପର୍କୀୟ ସ୍ୱାସ୍ଥ୍ୟଗତ କାରଣ ରୁ ନଆସିପାରିବାରୁ ବିଶ୍ୱ ନିକେତନ ର ପ୍ରତିଷ୍ଠାତା ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ନିଜେ ମୂଖାଗ୍ନି ଦେଇ ନିଜର ମହାନତା ଦେଖେଇବା ସହ ଅନ୍ୟ ମାନଙ୍କ ନିମନ୍ତେ ମାର୍ଗ ଦର୍ଶକ ସାଜିଛନ୍ତି। ଶ୍ରୀ ବ୍ରଜ ନାୟକ, ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ, ଶ୍ରୀ ସଞ୍ଜୟ ଦଳାଇ ଙ୍କ ସମତେ ବହୁ ଅଞ୍ଚଳ ବାସି ଉପସ୍ଥିତ ଥିଲେ । ଶ୍ରୀ ସାବତ ଙ୍କ ଏହି ମହାନତା ଯୋଗୁଁ ବିଭିନ୍ନ ମହଲରୁ ସାଧୁବାଦ ତଥା ପ୍ରସଂଶ। କରା ଯାଇଛି। ପ୍ରକାଶ ଥାଉକି ଶ୍ରୀ ସାବତ ଦୀର୍ଘ ୩୭ ବର୍ଷ ଧରି ମହାନ୍ ସଂଘ ସହ ରୋଟାରୀ କ୍ଲବ ମିଡ ଟାଉନ, ଲାୟନ୍ସ କ୍ଲବ, ୱାକରସ କ୍ଲବ, ୱାଇସ ମେନ୍ କ୍ଲବ, ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ, ସିଦ୍ଧିବିନାୟକ ପୀଠ, ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ପରି ଅନେକ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ଜନ କଲ୍ୟାଣ କାର୍ଯ କରି ସାରା ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କରି ପ୍ରେରଣ। ରେ ଶତାଧିକ ମହିଳା, ଯୁବକ ଓ ଅନ୍ୟମାନେ ସମାଜ ସେବା କାର୍ଯ୍ୟ ରେ ନିୟୋଜିତ ହୋଇ ଜନ କଲ୍ୟାଣ କରୁଛନ୍ତି।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.