ମହାନ ନଭେମ୍ବର ବିପ୍ଳବ ବାର୍ଷିକୀ ଏସ୍.ୟୁ.ସି.ଆଇ.(କ ମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ତରଫରୁ ଯଥା ଯୋଗ୍ୟ ମର୍ଯ୍ୟାଦାର ସହ ପାଳିତ

0 16

ବ୍ରହ୍ମପୁର: ୧୯୧୭ ମସିହାରେ ରୁଷରେ ସଙ୍ଗଠିତ ହୋଇଥିବା ବିଶ୍ଵର ପ୍ରଥମ ସମାଜତନ୍ତ୍ରିକ ବିପ୍ଳବ ଯାହା ମହାନ ନଭେମ୍ବର ବିପ୍ଳବ ନାମରେ ସାରା ବିଶ୍ଵରେ ପରିଚିତ ତାକୁ ସ୍ମରଣ କରିବା ପାଇଁ ଆଜି ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ନେତୃତ୍ଵରେ ଏକ ଶୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସର୍ବହରାର ମହାନ ନେତା କମ୍ରେଡ଼ ଲେଲିନଙ୍କ ନେତୃତ୍ଵରେ ବିଶ୍ଵର ପ୍ରଥମ ସମାଜତାନ୍ତ୍ରିକ ବିପ୍ଳବ ସଙ୍ଗଠିତ ହୋଇଥିଲା ଯାହା କମ୍ରେଡ଼ ଲେନିନଙ୍କ ସୁଯୋଗ୍ୟ ଛାତ୍ର କମ୍ରେଡ଼ ଷ୍ଟାଲିନଙ୍କ ନେତୃତ୍ଵରେ ଆହୁରି ସୁସଂହତ ହୋଇ ବିଶ୍ଵରେ ପ୍ରଥମଥର ପାଇଁ ମଣିଷ ଉପରୁ ମଣିଷର ଶେଷଣ , ଅତ୍ୟାଚାର ଚୀର ଦିନ ପାଇଁ ଅବସାନ ଘଟି ଏକ ଶେଷଣ ବିହୀନ ସମାଜ ପ୍ରତିଷ୍ଠାର ରାସ୍ତା ପ୍ରଶସ୍ତ ହୋଇଥିଲା । ରୁଷରେ ପୁଞ୍ଜିପତି ଶ୍ରେଣୀକୁ ଶାସନ କ୍ଷମତାରୁ ହଟାଇ ଶ୍ରମିକ ଶ୍ରେଣୀ ଶାସନ କ୍ଷମତା ଦଖଲ କରିଥିଲା । ଫଳରେ ସେଠାରେ ଉପ୍ରାଦନ ଉପରେ ବ୍ୟକ୍ତିଗତ ମାଲିକାନା ପରିବର୍ତ୍ତେ ସାମାଜିକ ମାଲିକାନା ପ୍ରତିଷ୍ଠା ହୋଇଥିଲା । ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିଥିଲା । ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ମାଗଣାରେ ଯୋଗାଇ ଦିଆଯାଇଥିଲା । ସେହି ଦେଶରେ କେହି ବେକାର ଏବଂ ଭିକାରି ନଥିଲେ । ସମସ୍ତଙ୍କୁ ଚାକିରି ଯୋଗାଇ ଦିଆଯାଇଥିଲା । ଗଣିକାବୃତ୍ତି ସମ୍ପୁର୍ଣ୍ଣ ବନ୍ଦ ହୋଇପାରିଥିଲା । ଏହି ବିପ୍ଳବ ନଭେମ୍ବର ୭ ରୁ ୧୭ ମଧ୍ୟରେ ସଙ୍ଗଠିତ ହୋଇଥିଲା । ଏହାକୁ ସ୍ମରଣ କରିବା ପାଇଁ ଆଜି ଏସ୍.ୟୁ.ସି.ଆଇ.(ପମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ଆଫିସରେ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ ସମ୍ପାଦକ ମଣ୍ଡଳିର ସଭ୍ୟ କମ୍ରେଡ଼ ବିଷ୍ଣୁ ଦାସ ରକ୍ତ ପତାକା ଉତ୍ତୋଳନ କରି ତାଙ୍କ ବିକ୍ତବ୍ୟରେ କହିଥିଲେ ଯେ ଆଜି ସାରା ଦେଶରେ ଅର୍ଥନୈତିକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ପ୍ରତ୍ୟେକଟି କ୍ଷେତ୍ରରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯୁବକଙ୍କୁ ଚାକିରି ନାହିଁ, ନିତ୍ୟବହାର୍ଯ୍ୟ ଦ୍ରବ୍ୟର ଦର ପ୍ରତିଦିନ ହୁହୁ ହୋଇ ବଢିବାରେ ଲାଗିଛି । ଶିକ୍ଷା, ସ୍ଵାସ୍ଥ୍ୟ ସମେତ ରାଷ୍ଟ୍ରାୟତ କମ୍ପାନିଗୁଡ଼ିକୁ ଘରୋଇ କମ୍ପାନିମାନଙ୍କ ହାତରେ ଟେକିଦିଆଯାଉଛି । ଛାତ୍ରୀ, ମହିଳାମାନେ ଆଜି ଅସୁରକ୍ଷିତା । ସରକାର ପୁଞ୍ଜିପତିମାନଙ୍କ ସ୍ଵାର୍ଥରେ କଳା କୃଷି ଆଇନ, ଶ୍ରମିକ ବିରୋଧୀ ଆଇନ, ଶିକ୍ଷା ବିରୋଧୀ ଆଇନ ଭଳି ବିଭିନ୍ନ କଳା ଆଇନ ଆଣୁଛନ୍ତି । ଏହିସବୁ ସମସ୍ୟାଗୁଡ଼ିକର ସମାଧାନର ଏକମାତ୍ର ରାସ୍ତା ହେଉଛି ସମାଜତନ୍ତ୍ର ବୋଲି ସେ କହିଥିଲେ । ଭାରତବର୍ଷରେ ଶେଷିତ ମଣିଷର ମୁକ୍ତି ପାଇଁ ସଚେତନତ ସଙ୍ଗଠିତ ଗଣ ଆନ୍ଦୋଳନ ମଧ୍ୟ ଦେଇ ପୁଞ୍ଜିବାଦ ବିରୋଧୀ ସମାଜତାନ୍ତ୍ରିକ ବିପ୍ଳବ ଗଢିତୋଳିବା ପାଇଁ ସେ ଆହ୍ଵାନ ଦେଇଥିଲେ । ସଭା ପରେ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ନେତୃତ୍ଵରେ ଏକ ଶୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଥିଲା ।
ଏହି କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ସୋମନାଥ ବେହେରାଙ୍କ ସମେତ ଶିବାନୀ ଶଙ୍କର ମିଶ୍ର, ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହି, ସୌମ୍ୟ ରଞ୍ଜନ ଗୌଡ଼ ଆଦି ପାର୍ଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.