ମହାନ ସଂଘ ତରଫରୁ ୨ ଜରା ନିବାସ ବ୍ରହ୍ମପୁର ରେ ଆରମ୍ଭ ହେବ
ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ଦୀର୍ଘ ୧୧ ବର୍ଷ ଧରି ରାମଚନ୍ଦ୍ରପୁର ଠାରେ ସୁଚାରୁ ରୂପେ ଚାଲିଥିବା ବେଲେ ଜନ ସାଧାରଣଙ୍କ ଅନୁରୋଧ କ୍ରମେ ବ୍ରହ୍ମପୁର ସହର ଗୁଡସେଡ ରୋଡ଼ ଅନାଦି ନଗର ଠାରେ ବିଶ୍ବ ନିକେତନ୍ ଜରା ନିବାସ ର ଦ୍ଵିତୀୟ ଶାଖା ଚଳିତ ସପ୍ତାହରେ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଯାଇଛି। ଗୁଡ ସେଡ ରୋଡ଼ ସ୍ଥିତ ନୂତନ ଶାଖା ପରିସର ରେ ଅନୁଷ୍ଠିତ ବୈଠକରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସଭାପତିତ୍ବ କରି ଏହି ଶାଖାରେ କେବଲ ବୟଷ୍କ ମହିଳା ମାନଙ୍କ ନିମନ୍ତେ କାର୍ଯ୍ୟ କରିବ, ବୃଦ୍ଧା ମାନେ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କର ଯାଇଛି। ବୈଠକ ରେ ମହାନ୍ ସଂଘ ମହିଳାବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବିପ୍ରଭା ରଥ, ସମ୍ପାଦିକା ଶ୍ରୀମତୀ ସୁନଦା ମହାପାତ୍ର, ଶ୍ରୀମତୀ ଲିଲୀ ସାବତ, ସୁଚେତା ପାଣିଗ୍ରାହୀ, ସବିତା ସାହୁ, ଶ୍ରୀ ହରିପ୍ରସାଦ ମଳନା, ଶ୍ରୀ ପ୍ରସାନ୍ତ ପାତ୍ର, ଶ୍ରୀ ସଞ୍ଜୟ ମଝି, ଶ୍ରୀ ଭି ରବି କୁମାର ଗୁପ୍ତା, ଶ୍ରୀ ପ୍ରକାଶ ଭାଜନି ପ୍ରମୁଖ ଙ୍କ ସମେତ୍ତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।
ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )