କାର୍ତିକ ପୂର୍ଣ୍ଣିମା ଅବସର ରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଓ ଆକର୍ଷଣୀୟ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଏହି ବେଶରେ ମହଣ ମହଣ ସୁନା ରେ ବିଭୂଷିତ ହୋଇ ଥାନ୍ତି । ଏହି ବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ଼ ହୋଇ ଥାଏ ଶ୍ରୀମନ୍ଦିର ରେ । ତେବେ କୋଭିଡ କଟକଣା ପାଇଁ ଆଜି ଶ୍ରୀମନ୍ଦିର ରେ ସାଧାରଣ ଦର୍ଶନ ବନ୍ଦ ରହିଛି।
ଅତ୍ୟଧିକ ଭକ୍ତ ଙ୍କ ଭିଡ଼ ହେବାର ସମ୍ଭାବନା ଥିବା ବେଳେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏଣୁ କାର୍ତ୍ତିକ ପୂର୍ଣ୍ଣିମା ରେ ଦର୍ଶନ ବନ୍ଦ ରହିଛି। ସେପଟେ ଭକ୍ତ ମାନେ କାର୍ତ୍ତିକ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ବେଶ ଦୁଃଖ ପ୍ରକାଶ କରିଛନ୍ତି। ସିଂହ ଦ୍ୱାର ସମୁଖ ରେ ଠିଆ ହୋଇ ପତିତପାବନ ଙ୍କୁ ଓ ନୀଳଚକ୍ର କୁ ମୁଣ୍ଡିଆ ମାରି ଫେରୁଛନ୍ତି।
ପୁରୀ ଜିଲ୍ଲା ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )