ମହାପ୍ରସାଦ ବୋହୁ ଥିବା ସମୟରେ : ଜଣେ ବୋଝିଆ ଆହତ

0 1

ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ବୋହୁ ଥିବା ସମୟରେ ଝୁଣ୍ଟି ପଡି ଜଣେ ବୋଝିଆ ଆହତ ହୋଇଛନ୍ତି l ତାଙ୍କୁ ସଙ୍ଗେ ସଙ୍ଗେ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତାଙ୍କର ମୁହଁ, ହାତ ଓ ଛାତିରେ ଆଘାତ ଲାଗିଛି l ତାଙ୍କ ପରିଚୟ ସଦର ଥାନା ଅନ୍ତର୍ଗତ କଣ୍ଠପୁରର କାଳୁ ଚରଣ ବାଙ୍କ l କାଳୁ ମଧ୍ୟାହ୍ନ ପରେ ମହାପ୍ରସାଦ ବୋଝରେ ବୋହୁଥିବା ସମୟରେ ଭାରସାମ୍ୟ ହରାଇ ଝୁଣ୍ଟି ପଡ଼ିଥିଲେ l ହେଲେ କାଳୁ ଙ୍କ ଶରୀରରେ ଗରମ ମହାପ୍ରସାଦ ନପଡ଼ି ତଳେ ପଡିଥିଲା l କାଳୁ ତଳେ ପଡି ଆହତ ହୋଇଥିଲେ l ଅନ୍ୟ ବୋଝିଆ ମାନେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ନେଇଥିଲେ l

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.