ମହାବୀର ମନ୍ଦିରରେ ମାସିକ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଅନୁଷ୍ଠିତ

0 37

ଛତ୍ରପୁର ରେଳ ଷ୍ଟେସନ ନିକଟସ୍ଥ ମହାବୀର ନଗର ର ମହାବୀର ସଙ୍କଟ ମୋଚନ ହନୁମାନ ମନ୍ଦିର ରେ ମଙ୍ଗଳବାର ମାସିକ ଶ୍ରୀରାମଚରିତମାନସ ପାରାୟଣ ଯଥା ସୁନ୍ଦରାକାଣ୍ଡ ପରାୟଣ ଓ ନବାହ୍ନ ପାରାୟଣ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଯାଇଛି । ଛତ୍ରପୁର ସହରର ଆଧ୍ୟାତ୍ମିକ ଚେତନା,ଭାବନା ଧର୍ମୀ ଶତାଧିକ ଭକ୍ତଜନ ଙ୍କ ଦ୍ୱାରା ଏହି ପାରାୟଣ କାର୍ଯ୍ୟ-ପରମ୍ପରା କ୍ରମେ ପରିଚାଳିତ ହୋଇଥିଲା । ଗୋସ୍ୱାମୀ ମାଲେଶ୍ୱର ଜୀ ଙ୍କ ସମ୍ପାଦନାରେ ଏବଂ ସି.ଏଚ.ଦୟାନନ୍ଦ ରେଡ୍ଡୀ ଙ୍କ ନେତୃତ୍ତ୍ୱରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପାଦନା ହୋଇଅଛି ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.