ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଙ୍କ ବଦଳି ଆଦେଶ କୁ ପ୍ରତ୍ୟାହାର କରିବା ଦାବୀ

0 7

ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ଏମ.ପି.ଏଚ.ଡବ୍ଲୁ -ଫିମେଏଲ ) ପ୍ରିୟଦର୍ଶିନୀ ପାଢୀ ଙ୍କ ବଦଳି ଆଦେଶ କୁ ପ୍ରତ୍ୟାହାର କରିବା ଦାବୀ ନେଇ ମଙ୍ଗଳବାର ଦିନ ରଙ୍ଗିପୁର ଏବଂ ହଳଦିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୁଡିକ ରେ କାର୍ଯ୍ୟରତ ଥିବା ଆଶାକର୍ମୀ ମାନେ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି l କେଲୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ରଙ୍ଗିପୁର ଉପ-କେନ୍ଦ୍ର ରେ ଦୀର୍ଘଦିନ ଧରି ଉତ୍ତମ ରୂପେ କାର୍ଯ୍ୟ ସମ୍ପାଦନ କରିଅଛୁ l ଏହି କେନ୍ଦ୍ରରେ ଶ୍ରୀମତୀ ପାଢୀଙ୍କ ସହଯୋଗ ରେ ନିରନ୍ତର ସ୍ୱାସ୍ଥ୍ୟ ସେବା ଆମ୍ଭ ମାନଙ୍କୁ ପ୍ରେରଣା ଦାୟୀ ଏବଂ ଉତ୍ସାହକର ଅଟେ l କିନ୍ତୁ ଦୁଃଖ ଓ ପରିତାପର ବିଷୟ କିଛି ଦିନ ଧରି ସ୍ଥାନୀୟଅଞ୍ଚଳର ର କିଛି କୁଚକ୍ରୀ ବ୍ୟକ୍ତି ବିଶେଷକରି ନିଜର ସ୍ୱାର୍ଥ ସାଧନ ନିମନ୍ତେ ଶ୍ରୀମତୀ ପାଢୀ ଙ୍କୁ ଅନ୍ୟତ୍ର ବଦଳି କରିବା ରେ ସମର୍ଥ ହୋଇଛନ୍ତି l ଆମ୍ଭମାନଙ୍କ ର ନିରାପତ୍ତା ଏବଂ ସହଯୋଗ ତଥା ଆବଶ୍ୟକ ପରାମର୍ଶ ନିମନ୍ତେ ଶ୍ରୀମତୀ ପାଢୀଙ୍କ ଅନ୍ୟତ୍ର ବଦଳି କୁ ଗ୍ରହଣ କରିପାରୁନାହୁଁ l ସମସ୍ତ ଜନସାଧାରଣ ଏବଂ ଆଶା କର୍ମୀମାନଙ୍କ ସ୍ୱାର୍ଥ ସାଧନ ନିମନ୍ତେ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପ୍ରିୟଦର୍ଶନୀ ପାଢୀଙ୍କୁ ଅନ୍ୟତ୍ର ବଦଳି ନକରି ପୁନଃ ଅବସ୍ଥାପିତ କରିବା ନିମନ୍ତେ ଆଶାକର୍ମୀ ମାନେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଆଶାକର୍ମୀ ରଶ୍ମିତା ହୋତା,ଗାୟତ୍ରୀ ପ୍ରଧାନ,କାମିନୀ ବସ୍ତିଆ, ଏ. ମୋହିନୀ ଦେବୀ, କବିତା ବେହେରା ଙ୍କ ସମେତ ବହୁ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ l

ଗଞ୍ଜାମଜିଲ୍ଲା ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.