ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିବସ ପାଳିତ

0 3

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଏନ ଏସ ଏସ ଏବଂ ୟଥ ରେଡକ୍ରସ ତରଫ ରୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି।ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ବିଜୟ ରାମଙ୍କ ଆବାହକତ୍ବ ରେ ଏବଂ ରେଡକ୍ରସ ଅଧିକାରି ଯଶୋଧରା ମହାନ୍ତ ଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀମାନଙ୍କୁ ଏହି ମହାମାରୀର କୁପ୍ରଭାବ ଊପରେ ଏବଂ ଏଡ୍ସ ରୋଗି ର ଜୀବନୀ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ସମସ୍ତ ଙ୍କ ସମ୍ମାନ ରେ ଏନ ଏସ ଏସ ତାଳି ଦିଆଯାଇଥିଲା ।ତିଲୋତମା ଷଡଙ୍ଗୀ, ସମାପ୍ତିରାଣି ଦାସ, ପ୍ରିୟତମା ହେମ୍ଭ୍ରମ, ରାଜଶ୍ରୀ ନାୟକ,, ,ଶିବାଶ୍ୟାମା ଟୁଡୁ, , ଶ୍ୟାମ ସୁନ୍ଦର ମଣ୍ଡଳ, ଓ ଅନ୍ଯାନ୍ଯ କର୍ମଚାରୀ ,ରେଡକ୍ରସ ଏବଂ ଏନ ଏସ ଏସ ସ୍ବେଚ୍ଛାସେବୀ ସହିତ ଅନ୍ଯାନ୍ଯ ଛାତ୍ରୀମାନେ ଉପସ୍ଥିତ ଥିଲେ। ରାଜନିତୀ ବିଜ୍ଞାନ ଅଧ୍ଯାପିକା ସୁମିତା କବି ଏଡ୍ସ ରୋଗର ଭୟାବହତା ଏବଂ ଏହା ପ୍ରତି ସାବଧାନତା ଉପରେ ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.