ମହିଳା ମହାବିଦ୍ୟାଳୟରେ ଭୋଟର ସଚତେନତା କାର୍ଯ୍ୟକ୍ରମ

0 4

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛ। ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ଯକ୍ରମକୁ ଏନ ଏସ ଏସ ପ୍ରୋଗ୍ରାମ ଅଫିସର ବିଜୟ କୁମାର ରାମ ଆୟୋଜିତ ଓ ପରିଚାଳିତ କରିଥିଲେ। ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ହିମାଂସୁ ଶେଖର ପଟନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ସଚେତନ ଭୋଟର ହେବା ଉଦ୍ଦେଶ୍ଯ ରେ ଅବିଭାସଶ ପ୍ରସ୍ତୁତ କରିଥିଲେ।

ଅଧ୍ଯକ୍ଷ ପ୍ରଦିପ ମିଶ୍ର ଉପସ୍ଥିତ ଅଠର ବର୍ଷ ରୁ ଅଧିକ ଛାତ୍ରୀମାନଙ୍କ ଭୋଟ ସମ୍ପର୍କିତ ସମସ୍ତ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଅଧ୍ଯାପକ ବବଲୁ କୁମ୍ଭକାର, ରାଜେନ୍ଦ୍ର ମଣ୍ଡଳ, ଭୋଟର ମାନଙ୍କ ଉଦ୍ଦେଶ୍ଯ ରେ ସୁଚିନ୍ତିତ ମତ ପ୍ରକାଶ କରିଥିଲେ। ଭୋଟର ତାଲିକା ସଂଶୋଧନ ଓ ନୁଆ ନାମକରଣ ପାଇଁ ଏସ ଏସ ଭୋଲଣ୍ଟିଅର ମାନଙ୍କୁ ସଚେତନ କରାଯାଇଥିଲା। ସମାପ୍ତି ରାଣି ଦାସ, ଓ ଅନ୍ଯାନ୍ଯ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସଭାଶେସରେ ଅଧ୍ୟାପିକା ତିଲୋତମା ଷଡଙ୍ଗୀ ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.