ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ସଭା ଗୃହ ନିର୍ମାଣ ପାଇଁ ଦାବି

0 8

ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ କଳମ୍ବ ଗ୍ରାମ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ସଭା ଗୃହ ନିର୍ମାଣ କରିବା ପାଇଁ ଆଜି ଶତାଧିକ ସ୍ୱୟଂ ସହାୟକ ସଭ୍ୟା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସମୂହ ର ସଭାପତି ଓ ସମ୍ପାଦିକା ଜଣାଇଛନ୍ତି ଯେ କଳମ୍ବ ପଞ୍ଚାୟତ ରେ ଏକ ଶହ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି। ଏବଂ ଏହି ଗୋଷ୍ଠୀ ଗୁଡିକ ରେ ଏକ ହଜାର ର ଅଧିକ ସଭ୍ୟା ରହିଛନ୍ତି। ଏବଂ ନିୟମିତ ଭାବେ ଗୋଷ୍ଠୀ ଗୁଡିକ ର ବୈଠକ ଅନୁଷ୍ଠିତ ହେଉଛି। ତେବେ ବୈଠକ କରିବା ପାଇଁ ଗୃହ ଟିଏ ନଥିବା ରୁ ମହିଳା ଗୋଷ୍ଠୀ ମାନେ ବିଶେଷ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ସଭା ଗୃହ ଟି ଏ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ଅପରପକ୍ଷରେ ଗତ ତିନି ବର୍ଷ ପୂର୍ବେ କଳମ୍ବ ଗ୍ରାମ ରେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଜଣା ଯାଇଛି। ତେବେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଉକ୍ତ ଗୃହ କୁ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ହସ୍ତାନ୍ତର କରାଯାଇନାହିଁ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ନିର୍ମିତ ଉକ୍ତ ଗୃହ ରେ ଘରୋଇ ଉଦ୍ୟମ ରେ ପରିଚାଳିତ ଗୋଟିଏ ବାଳିକା ବିଦ୍ୟାଳୟ ଚାଲିଛି। ଏଣୁ ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତ , ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ବିଶେଷ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବଗତ ଅଛନ୍ତି କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଦାବି ପତ୍ର ଦେବା ବେଳେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ସମୂହ ର ସଭାନେତ୍ରୀ ମହାଲକ୍ଷ୍ମୀ ପ୍ରଧାନ , ସମ୍ପାଦିକା ସାବିତ୍ରୀ କୁମାରୀ ସାହୁ ଏବଂ କୋଷାଧ୍ୟକ୍ଷା ସୁନିତା କୁମାରୀ ସାହୁ ଙ୍କ ସମେତ ଅନ୍ୟ ସଭ୍ୟା ମାନେ ଚେତାବନୀ ଦେଇଛନ୍ତି।

ଗଞ୍ଜାମ ପୋଲସରା ଇପିଏରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.