ମାଁ ଙ୍କୁ ଚିକତ୍ସା ପରିବର୍ତ୍ତେ ଛାଡିଦେଲେ ଜଙ୍ଗଲରେ

0 15

ରୋଗିଣୀ ବୃଦ୍ଧା ମାଁ ଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ହାବୁଡ଼ରେ ଛାଡ଼ିଦେଲେ ପରିବାର ଲୋକେ । ଦୀର୍ଘ 15 ଦିନ ଧରି ବାରପାହାଡ ଜଙ୍ଗଲରେ 80 ବର୍ଷୀୟା ବୃଦ୍ଧା ମାଁ ଏକାକୀ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲେ | ବରଗଡ ସଂକଳ୍ପ ପରିବାର ନିକଟକୁ ଏହି ଘଟଣାର ଖବର ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ପହଞ୍ଚି ଘଞ୍ଚ ଜଙ୍ଗଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପହଞ୍ଚାଇଥିଲେ | ଏପରି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଘନଘାଟି ଗ୍ରାମରେ |

ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଘନଘାଟି ଗ୍ରାମର ଘଟଣା | 80 ବର୍ଷର ବୃଦ୍ଧା କୌଶଲ୍ୟା ବେହେରା ଦୁଇ ପୁଅ ଓ 3 ଝିଅ ଜନ୍ମ କରିଥିବା ମହିଳା ଆଜି ଅଭାଗା | ଝିଅ ମାନେ ବିବାହ କରିସାରିଥିବା ବେଳେ ବଡ ପୁଅର ମୃତ୍ୟୁ ହୋଇସାରିଛି | ବର୍ତମାନ ପରିବାର କହିଲେ କୌଶଲ୍ୟାଙ୍କ ସ୍ଵାମୀ ସହିତ ଘରେ ସାନ ପୁଅ, ବଡବହୁ ଓ ନାତି ନାତୁଣୀ | କିଛି ଦିନ ତଳେ କୌଶଲ୍ୟାଙ୍କ ମୁଣ୍ଡରେ ଘରଛାତ ସହିତ ପୁରା ପରିବାର ରହିଥିଲା ମାତ୍ର ଆଜି କୌଶଲ୍ୟାଙ୍କୁ ଏକାକୀ କରିଦେଇଛି ସେହି ପରିବାର | ବାରପାହାଡ ଜଙ୍ଗଲ ଭିତରେ ଜରିପାଳ ର ଏକ କୁଡ଼ିଆ କରି ବୃଦ୍ଧାଙ୍କୁ ଏକାକୀ ଛାଡି ଚାଲିଯାଇଛନ୍ତି ପରିବାର ଲୋକେ । ଯେଉଁଠାରେ ବାଘ ଓ ଭାଲୁ ପରି ବନ୍ୟଜନ୍ତୁ ସହିତ ବିଷକ୍ତ ସାପ ଭରିରହିଛନ୍ତି | କାରଣ ଏହା ଥିଲା ଯେ ବୃଦ୍ଧା ଜଣଙ୍କର ମୁଣ୍ଡରେ ଘା ହୋଇ ପୋକ ହୋଇଯାଇଥିଲେ ଏବଂ ହାତରେ ଧଳା ଦାଗ ଦେଖାଯାଇଥିଲା ଯାହାଫଳରେ ଘନଘାଟି ଗ୍ରାମବାସୀ ତଥା କୌଶଲ୍ୟା ବେହେରାଙ୍କ ଜାତି ଓ ସମାଜ ଲୋକେ ବୃଦ୍ଧାଙ୍କୁ ଅନ୍ୟତ୍ର ସ୍ଥାନରେ ରଖିବାକୁ ବାଧ୍ୟ କରିଥିଲେ | ଏପରିକି ଜାତି ଲୋକେ ଏହି ପରିବାରକୁ ଗ୍ରାମରୁ ବାସନ୍ଦ କରିଥିଲେ ଏବଂ ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡିବା ପରେ ଭୋଜି ଭାତର ଆସର କରାଯିବା ପରେ ପୁଣି ଜାତି ଲୋକେ ଏହି ପରିବାର ସହିତ ମିସିଥିଲେ ।

ବରଗଡ଼ ଇପିଏ ରୁ ସୁବାଷ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.