ମାଁ ସୁରେଶ୍ୱରୀ ଙ୍କ ଆଜି ତାରା ବେଶ

0 11

ସୁବର୍ଣ୍ଣପୁର : ପବିତ୍ର ଆଶ୍ୱିନ ମାସ ର ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ବିଭିନ୍ନ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିବାର ପରମ୍ପରା ମତେ ଆଜି ମାଁ ସୁରେଶ୍ୱରୀ ତାରା ବେଶରେ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି। ଜିଲ୍ଲା ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଭକ୍ତ ଙ୍କୁ ଶୃଙ୍ଖଳିତ ଦର୍ଶନ କରାଯିବା ପାଇଁ ପ୍ରସ୍ତୁତି କରାଯାଇଛି। ଏହି ଅନୁସାରେ କିଛି ନିର୍ଦ୍ଦିଷ୍ଟ ସେବାୟତ ଓ ପୂଜକ ଙ୍କ ଦ୍ୱାରା ବିଭିନ୍ନ ନିତିକାନ୍ତୀ ଅନୁଷ୍ଠିତ ହେଉଥିବା ବେଳେ ମାଁଙ୍କୁ ବେଶ ରେ ସଜ୍ଜିତ କରାଯାଇଛି।କୋଭିଡ଼ କଟକଣା କୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଉଥିବା ହେତୁ ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ମଧ୍ୟ ଶୃଙ୍ଖଳିତ ଭାବରେ ମାଁଙ୍କ ଦର୍ଶନ କରୁଥିବା ଦେଖାଯାଇଛି ।ସମସ୍ତ କାର୍ଯ୍ୟକ୍ରମ କୁ ଦେବୋତ୍ତର କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ ଓ ମନ୍ଦିର ସେବାୟତ ହରି ପୂଝାରୀ,ଅଚ୍ୟୁତ ପୂଝାରୀ,ସମରେଶ ଥନାପତି,ଲକ୍ଷ୍ମୀ ନାରାୟଣ ଥନାପତି, ଶିବ ଥନାପତି, ଅଜିତ ପୂଝାରୀ, ସମରେଶ ଥନାପତି ପ୍ରମୁଖ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପନ ହେଉଛି।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.