ମାଟି କାନ୍ଥ ଭୁଷୁଡି ମହିଳା ମୃତ

0 9

ମା କୁ ଝୁରୁଛି ଛଅ ମାସ ର ଛୁଆ

ଲଘୁଚାପଜନିତ ଲଗାଣ ତୁହାକୁ ତୁହା ବର୍ଷା ଫଳରେ ମାଟି କାନ୍ଥ ଭୁଷୁଡିଲା ଜଣେ ମୃତ । ଛୋଟ ଶିଶୁ କନ୍ୟା ଠୁ ଛଡାଇ ନେଲା ମା କୁ । ଭାଙ୍ଗିଲା ଘର ପଡିଲା କାନ୍ଥ । ମଲା ମା । ଘରେ ଶୋଇ ଛୁଆ କୁ କ୍ଷୀର ଦେଉଥିବା ବେଳେ ମାଟି କାନ୍ଥ ଭୁଷୁଡି ପଡିଲା । ମାଟି ତଳେ ଚାପି ହୋଇ ରହିଯାଇଥିଲେ ମହିଳା । ତାଙ୍କ ଭାଇ ସଙ୍ଗେ ସଙ୍ଗେ ମାଟି ଭିତରୁ ଉଦ୍ଧାର କରିଥିଲେ । ତେବେ ଅଳ୍ପକେ ବର୍ତିଲେ ଦୁଇ ଛୁଆ । ମୃତ ମହିଳା ଜଣକ ପଳାଶମୁଣ୍ଡଳୀ ଗ୍ରାମର କାଞ୍ଚନି ବେହେରା । ସେ ତାଙ୍କ ବାପ ଘରେ ଥିଲେ । କାଞ୍ଚନି ବେହେରା ଙ୍କ ଦୁଇ ଝିଅ । ଜଣେ ଚାରି ବର୍ଷର ଆଉ ଜଣେ ମାତ୍ର ଛଅ ମାସ । ମା ପାଖରୁ କ୍ଷୀର ଖାଇବା ଅଧା ରହିଗଲା ଛଅ ମାସ ଶିଶୁ କନ୍ୟା ର । ମା କୁ ଡାକୁଛି ଶିଶୁ କନ୍ୟା । କ୍ଷୀର ପିଇବା ରହିଲା ଅଧାରେ । ମା ଝୁରୁଛି ଛଅ ମାସ ର ଛୁଆ । ତେବେ ଖବର ପାଇ ଘଟଣା ସ୍ଥଳରେ ପଞ୍ଚାୟତ ପିଇଓ ପୁରୁଷୋତ୍ତମ ସାହୁ ସଙ୍ଗେ ସଙ୍ଗେ ହୋରିଶ ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ର ସହାୟତା ଯୋଗାଇଛନ୍ତି । ପରେ ମୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.