ମାଣ୍ଡିମେରାରେ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଖୋଲିବା ଦାବୀରେ ୩ ପଞ୍ଚାୟତବାସୀ ଗଜପତି ପ୍ରଶାସନର ଦ୍ୱାରସ୍ଥ

0 69

ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିମେରା ଠାରେ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଖୋଲିବା ଦାବୀରେ ୩ପଞ୍ଚାୟତବାସିନ୍ଦା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ରାଜ୍ୟ ସରକାର ମୋହନା ବ୍ଲକରେ ଏକ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ନିଷ୍ପତି ନେଇଛନ୍ତି । ମାଣ୍ଡିମେରା ଠାରେ ରାଜସ୍ୱ କାର୍ଯ୍ୟାଳୟ ଖୋଲିବା ପାଇଁ ମାଣ୍ଡିମେରା,ଖାରିଗୁଡା ଓ ଗୁରୁଝୁଲି ପଞ୍ଚାୟତବାସୀ ଦାବୀ କରିଛନ୍ତି । ସେମାନଙ୍କ ଦାବୀ ହେଉଛି ମାଣ୍ଡିମେରା ହେଉଛି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଉପଯୁକ୍ତ ସ୍ଥାନ ଅଟେ । ୩ଟି ପଞ୍ଚାୟତର ୧୨ହଜାରରୁ ଉର୍ଦ୍ଦ ଲୋକ ବସବାସ କରୁଛନ୍ତି । ୩ ପଞ୍ଚାୟତ ବାସିନ୍ଦା ସେମାନଙ୍କ ଦୈନନ୍ଦିନ ଜୀବନଜୀବିକା ନିର୍ବାହ ନିମନ୍ତେ ମାଣ୍ଡିମେରା ଗ୍ରାମ ଉପରେ ନିର୍ଭର କରିଥାନ୍ତି । ତେଣୁ ସେଠାରେ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଖୋଲାଗଲେ ସମ୍ପୃକ୍ତ ଅଞ୍ଚଳବାସୀ ଜମିଜମା ସମ୍ବନ୍ଧୀୟ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର,ଜାତିଗତ ପ୍ରମାଣ ପତ୍ର ସମେତ ଅନ୍ୟାନ୍ୟ ସୁବିଧା ଗୁଡିକ ସୁବିଧାରେ ପାଇପାରିବେ ବୋଲି କହିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦାବୀପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ର ପ୍ରଦାନ ବେଳେ ମାଣିମେରା ସରପଞ୍ଚ ମରିୟମ ମାଝି, ସମିତି ସଭ୍ୟ ଶୁକ୍ରୁ ମାଝି, ଖାରିଗୁଡା ସରପଞ୍ଚ କାଡ୍ରିକା ମାଝି, ସମିତି ସଭ୍ୟ ବାପୁନି ଲିମ୍ମା, ୱାର୍ଡ ସଭ୍ୟ ଲକ୍ଷ୍ମୀ ବିଷୋୟୀ, ସିପ୍ରିୟାନ ମଲ୍ଲିକ, କାର୍ଯୀ ମାଝି,ପ୍ରେମ ମଲ୍ଲିକଙ୍କ ସମେତ ୩ଟି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଗଜପତି ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.