ମାତିଛନ୍ତି ଗେଣ୍ଡଳିଆ ଶିକାରୀ : ବନବିଭାଗ ଚୁପ୍।

0 2

ଗେଣ୍ଡାଳିଆ (ଏସିଆନ ଓପେନ ବିଲ ଷ୍ଟର୍କ ) ଏକ ବଗ ପରିବାରର ପକ୍ଷୀ ଅଟେ ଯାହାର ଲମ୍ବା ଗୋଡ ଓ ଲମ୍ବା ଥଣ୍ଟ ଥାଏ। ମୌସୁମୀ ବର୍ଷା ପୂର୍ବରୁ ଗେଣ୍ଡାଳିଆ କାଠିକୁଟା, ନଡ଼ାପାଳ ଏବଂ ବିଭିନ୍ନ ପ୍ରକାର ପତ୍ର ବ୍ୟବହାର କରି ନିଜର ବସା ସୁଦୃଢ କରି ବାନ୍ଧିଥାଏ ସୂଚନା ମୁତାବକ ଅଁଳା ପଞ୍ଚାୟତ ର ତେନ୍ତୁଳିଗାଁ ଗ୍ରାମ ନିକଟରେ ଥିବା ତେନ୍ତୁଳି ବୃକ୍ଷ ଗୁଡିକରେ ଗତ ଜୁନ ମାସରୁ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ଆସି ବସା ବାନ୍ଧି ବାସ କରୁଛନ୍ତି। ଗତ ୨୫ ବର୍ଷ ହେଲା ଏମାନେ ପ୍ରାୟତଃ ଜୁନ ମାସରେ ଆସିଥାନ୍ତି ଓ ପୁଣି ନଭେମ୍ବର ମାସ ଆରମ୍ଭ ହେଲେ ନିଜନିଜ ଅଞ୍ଚଳକୁ ଫେରିଯାଇଥାନ୍ତି l ତେଣୁ ପ୍ରାୟତଃ ସନ୍ଧ୍ୟା ସମୟରେ କେତେକ ଅମାନିଆ ଶିକାରୀ ଆସି ବାଟୁଳି ସାହାଯ୍ୟରେ ପକ୍ଷୀ ଶିକାର କରିବାରେ ଲାଗିପଡିଛନ୍ତି l ତେବେ କିଛି ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜଣେ ବାସିନ୍ଦାଙ୍କ ଦୃଷ୍ଟିରେ ପଡିଥିଲା ଅନେକ ଗୁଡ଼ିଏ ଗେଣ୍ଡାଳିଆ ପକ୍ଷୀର ମୃତ ଦେହ ଓ ଆଉ ଅନେକ ସାବକ ପକ୍ଷୀ ଜୀବନ ବିକଳରେ ଛଟପଟ ହେଉଥିବାର l ଏହି ପକ୍ଷୀ ସବୁକୁ ଶିକାରୀ ମାନେ ଗାଁ ଗହଳିରେ ଉଚା ଦରରେ ବିକ୍ରି କରୁଥିବାର ସୂଚନା ମିଳିଛି l ଏଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଦିନ ଦ୍ବିପହରରେ ପକ୍ଷୀ ଶିକାର କରାଯାଉଥିଲେ ମଧ୍ୟ ବନ ବିଭାଗ ତରଫରୁ କୋଣସି ନିଘା ନାହିଁ । ଏଣୁ ବିନା ଭୟରେ ଅବାଧରେ ପକ୍ଷୀ ଶିକାର ହେବା ସହ ବିକ୍ରୟ ଚାଲିଛି l ପରିବେଶ ସନ୍ତୁଳନରେ ଏହି ପକ୍ଷୀ ଗୁଡିକର ଭୂମିକା ରହିଛି l ଅବାଧ ଶିକାର ଯୋଗୁଁ ଏହାର ବଂଶ କ୍ରମଶଃ ଲୋପ ପାଇବାକୁ ବସିଲାଣି । ବନବିଭାଗ ତରଫରୁ ଧରପଗଡ଼ କରି ଶିକାର ବନ୍ଦ କରି ବାକୁ ଅଞ୍ଚଳର ପରିବେଶବିତ ଦାବି କରିଛନ୍ତି l

ମୟୁରଭଞ୍ଜ ଜିଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.