ମାନନୀୟ ଉଚ୍ଚନ୍ୟାୟାଳୟଙ୍କ ଆଦେଶକକୁ ଖୋଲାମଖୋଲା ଉଲଙ୍ଘନ : ଅଭିଭାବକ ମହାସଂଘ

0 4

ବୁଧବାର ଓଡିଶା ଅଭିଭାବକ ମହାସଂଘ ଗଞ୍ଜାମ ଶାଖା ତରଫରୁ ଡ଼ିଇଓ ଏବଂ ବେସରକରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ଜରୁରୀ ବୈଠକ ଗିରିରୋଡ଼ ସ୍ଥିତ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମାନନୀୟ ଉଚ୍ଚନ୍ୟାୟାଳୟଙ୍କ ଆଦେଶକକୁ ଅବମାନନା କରି ମାସିକ ଫି ଏବଂ ବିଦ୍ୟାଳୟ ପରିସରରେ ବହି ଓ ଖାତା ବିକ୍ରିକୁ ବିରୋଧ କରି ପୂର୍ବରୁ ଅବଗତ କରାଇବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏଥିରେ ସହରର ପ୍ରାୟ ସମସ୍ତ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମେତ ଅଭିଭାବକ ସଂଘର ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ, ସହ ସଂଯୋଜକ ଦେବୀ ପ୍ରସାଦ ପାଢ଼ୀ, କୋଷାଧ୍ୟକ୍ଷ ହୃଷୀକେଶ ପାତ୍ର, ସଚ୍ଚିଦାନନ୍ଦ ପାଢ଼ୀ, ସୁଶାନ୍ତ ମହାରଣା, ପ୍ରଭାକର ପାତ୍ର, ନିଶିଥ କାନୁନଗୋ ଏବଂ ସମାଜସେବୀ ଲଲାଟେନ୍ଦୁ ଚୌଧୁରୀ ଉପସ୍ଥିତ ଥିଲେ । କୋଭିଡ଼ ସମୟରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ବହୁ ବିଦ୍ୟାଳୟ ପକ୍ଷରୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି ସେହିପରି କୋର୍ଟଙ୍କ ନିର୍ଦେଶ ପ୍ରକାରେ ସ୍ଥିର ହୋଇଥିବା ମାସିକ ଦରମା ଓ ଅନ୍ୟାନ୍ୟ ଫିଜକୁ ନେଇ ମଧ୍ୟ ବହୁ ସଂଖ୍ୟାରେ ଅଭିଯୋଗ ଶୁଣିବାକୁ ମିଳୁଛି। ଏହା ସହ ବହୁ ବିଦ୍ୟାଳୟ ପରିସରରେ ବିଭିନ୍ନ ଅନୁଷ୍ଟାନ ବହି ଖାତା ଛଡ଼ା ଦରରେ ବିକ୍ରି କରିବା ଅଭିଯୋଗ ହୋଇଛି । ସରକାରୀ ନିୟମ ଅନୁସାରେ କୈାଣସି ବେସରକାରୀ ଶିକ୍ଷାନୁଷ୍ଠାନ ନିଜ ସ୍କୁଲ ପରିସର ମଧ୍ୟରେ ଛାତ୍ରଛାତ୍ରୀଙ୍କ ବହି ଖାତା ବିକ୍ରି କରିପାରିବେ ନାହିଁ ହେଲେ ସହରରେ ଥିବା କିଛି ବହି ଦୋକାନୀ ସ୍କୁଲ ପ୍ରଶାସନକୁ ମୁଟାଅଙ୍କ ଦେଇ ଚଡା଼ ମୂଲ୍ୟରେ ବିକ୍ରୀ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । କେବଳ ବହି ନୁହଁ ଯେଉଁ ଖାତା ଗୁଡ଼ିକ ବାହାରେ ୨୦ ରୁ ୩୦ ପ୍ରତିଶତ ରିହାତି ରେ ମେଳୁଛି ସେଗୁଡିକ ଏଠାରେ ଦୁଇଗୁଣ MRP ରେଟରେ ବିକ୍ରୀ ହେଉଥିବା ସଂଘ ଅଭିଯୋଗ କରିଛି । ଏହାର ଉପଯୁକ୍ତ ତଦନ୍ତ କରି ଉକ୍ତ ସ୍କୁଲ ଏବଂ ବହି ଦୋକାନ ଉପରେ ଉଚିତ ପଦକ୍ଷେପ ନିଆଯାଉ । ସମସ୍ତ ଅଭିଯୋଗକୁ ଅନୁଧ୍ୟାନ କରିବା ପରେ ଡ଼ିଇଓ ଅମୂଲ୍ୟ କୁମାର ପ୍ରଧାନ ଉପସ୍ତିତ ସମସ୍ତ ଅଭିଭାବକନଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ଆଗାମୀ ଦିନରେ ଏହାର ଯେପରି ପୁନାରବୃତି ନହେବ ସେଥିପ୍ରତି ଦୃଷ୍ଟିଦେବା ସହ ଏହାର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆବଶ୍ୟକ ସ୍ଥଳେ ବିଦ୍ୟାଳୟର ଏନଓସି ଓ ସିଓଆର୍ ମଧ୍ୟ ବାତିଲ କରାଯିବ ବୋଲି ତାଗିଦ୍ କରିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ସରକାରଙ୍କ 5ଟିର ପ୍ରଭାବ ଏମାନଙ୍କ ଉପରେ କେତେ ଦୂର କାର୍ଯ୍ୟକାରି ହେଉଛି ।

ଗଂଜାମ ଜିଲ୍ଲା ବ୍ରହ୍ମପୁର ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.