ମାନବ ପ୍ରେମୀ ସେବା ଟ୍ରଷ୍ଟ ର ନୂତନ କାର୍ଯ୍ୟାଳୟର ଉଦଘାଟନ

0 144

ବଡ଼ବିଲ : ରଘୁଆଳ ସାହି ଠାରେ “ମାନବ ପ୍ରେମୀ ସେବା ଟ୍ରଷ୍ଟ” ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟନ ହୋଇଯାଇଛି । ଉକ୍ତ ଉଦଘାଟନୀ ସମାରୋହରେ ମୂଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସମ୍ମାନୀୟ ଅତିଥି ଭାବେ ଦମୟନ୍ତୀ ଖଟୁଆ ତଥା ଅନ୍ୟାନ୍ୟ ଆମନ୍ତ୍ରଣୀୟ ଅତୀଥି ବୃନ୍ଦ ଉପସ୍ଥିତ ଥିଲେ । ଉଦଘାଟନ ସମାରୋହରେ ମୂଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ବୃନ୍ଦ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମଟିକୁ ଟ୍ରଷ୍ଟ ର ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ମହାନ୍ତ ପରିଚାଳନା କରିଥିବା ବେଳେ ଟ୍ରଷ୍ଟ ସଭାପତି ବିଚିତ୍ରାନନ୍ଦ ଦାସ, ଉପ-ସଭାପତି ରାଜକୁମାର ପାତ୍ର, ସମ୍ପାଦକ ପିଣ୍ଟୁନ ନାଏକ, କୋଷାଧ୍ୟକ୍ଷ ଚିନ୍ମୟ କୁମାର ଦାସ, ସଞ୍ଜୟ କୁମାର ମହାନ୍ତ, ଗୀର୍ଜା ମହାନ୍ତ, ସତ୍ୟଜିତ ଗୋପ୍, ସତ୍ୟପ୍ରିୟ ନାଏକ, ତପନ ଦାସ ତଥା ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ବଡ଼ବିଲ ଇପିଏ ରୁ ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.