
ସୁବର୍ଣ୍ଣପୁର : ମାର୍ଗଶିର ମାସର ପ୍ରଥମ ଗୁରୁବାର।ଚଳ ଚଞ୍ଚଳ ପୁରପଲ୍ଲୀ ,ଚଣ୍ଡାଳ ଠାରୁ ବ୍ରାହ୍ମଣ ଯାଏଁ ସବୁରି ଘରେ ପରିଷ୍କାର ପରିଛନ୍ନତା , ରାତି ପାହିଲେ ସବୁରି ଘର ପରିଭ୍ରମଣ ରେ ଯିବେ ମା ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ ପରିଚରା ଯିବେ କୀଟୁ ବ୍ରହ୍ମ ପରିଯନ୍ତେ ସେଥିଲାଗି ସମସ୍ତେ ମା’ଙ୍କ ଆଗମନ ପାଇଁ ବ୍ୟସ୍ତ ଅଛନ୍ତି। ନୂଆ ଧାନର ନୂଆ ଧାନଶିଖା, ଧାନମାଣ ସହ ନୂଆ ଚାଉଳ ର ଖିରି ପିଠାପଣା ନୈବେଦ୍ଯ ସାଂଗକୁ ନୂଆ ଚାଉଳ ର ଝୋଟିଚିତା ରେ ସ୍ବାଗତ କରିବେ ମା ସାଆନ୍ତାଣୀ ଙ୍କୁ। ସବୁରି ଘର ଅଗଣା ରେ ଗୋବର ରେ ଲିପାପୋଛା ହୋଇ ଝୋଟିଚିତା ପଡ଼ୁଅଛି। ଆଜି ହୁଳହୁଳି ଗର୍ଜନ ରେ ପ୍ରକମ୍ପିତ ଗାଁ ଠୁ ସହର l ଛାର ଛଣ୍ଡାଳୁଣୀ ର ଷୋଳକୋଠୀ ଝୋଟି ଚିତା ମା ର ମନକୁ ଆକର୍ଷିତ କରି ତା ଘରକୁ ଟାଣି ଆଣିଥିଲା ସୁତରାଂ ସେହି ଝୋଟିଚିତା ମାର୍ଗଶୀର ଗୁରୁବାର ରେ ବେଶ୍ ଗୁରୁତ୍ବ ବହନକରେ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )