ମାଲକାନଗିରି ଭୈରବ ମନ୍ଦିର ପ୍ରାଙ୍ଗଣରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ୍ୟଙ୍କ ଦ୍ବାରା ନବ ନିର୍ମିତ ବିଶ୍ରାମ ଗୃହ ଉଦଘାଟିତ

ମାଲକାନଗିରି ଭୈରବ ମନ୍ଦିର ପ୍ରାଙ୍ଗଣରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ୍ୟଙ୍କ ଦ୍ବାରା ନବ ନିର୍ମିତ ବିଶ୍ରାମ ଗୃହ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ମାନସ ମାଡକାମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାଲକାନଗିରି ସ୍ବତନ୍ତ୍ର ବିକାଶ ପରିଷଦ ଆନୁକୁଲ୍ୟରେ ମାଲକାନଗିରି ଭୈରବ ମନ୍ଦିର ପ୍ରାଙ୍ଗଣରେ ବିଶ୍ରାମ ଗୃହଟିର ଶୁଭ ଉଦଘାଟନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମଟିକୁ ବରିଷ୍ଠ ଆଇନଜୀବୀ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ସଭା ପରିଚାଳନା କରିଥିଲେ ।
ଏହି ଶୁଭ ଉଦ୍ଘାଟନ ଅବସରରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ , ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ ।

ପୂର୍ବତ୍ତନ ପୌର ପରିଷଦ ଅଧ୍ୟକ୍ଷା ରାଜବନ୍ତ କୌର ,ମହିଳା ନେତ୍ରୀ ତଥା ମା ଘର ସଭାନେତ୍ରୀ ପ୍ରସାନ୍ତୀଳତା ବିଶୋଇ , କିଶୋର ପ୍ରଧାନ ,ସରୋଜ ଦାସ ,ବିଜେଡି ନେତା ସତ୍ୟ ପାଣିଗ୍ରାହୀ ,ଉମାସଙ୍କର ସାହୁ ,ଡାନିଆଲ ପୋଟଲା ,ଲମ୍ବଧର ତୁରୁକ , ଯୁବ ନେତା ସର୍ବ ବିଶୋଇ , ନଗର ସଭାପତି ଡି .ନାଗା ,ସମାଜ ସେବୀ ଚିଟି ଭାଇ ,ସତ୍ୟ ସ୍ୱାଇଁ ,ଏମ୍ ଵାଲା ,ବିନୋଦ ଟାଉରୀ , ମହିଳା ନେତ୍ରୀ ଦୁଲାଲି ଥଣ୍ଡର ,ଭରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସମାଜସେବୀ କେସୁ ରାଓ ସଭା ଧନ୍ୟବାଦ ଅର୍ପଣ କରିଥିଲେ ।
ମାଲକାନଗିରି ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )