ମାଷ୍ଟର ବର୍ଗରେ ୭୦ କେଜି ଶକ୍ତି ଉତ୍ତୋଳନରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ସାମ୍ୱାଦିକ ମନୋଜ ସାହୁ

0 236

ଚଳିତ ମାସ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାୟଗଡ଼ ସ୍ଥାନୀୟ ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଅନଡିଭାଇଡେଡ କେବିକେ ଶକ୍ତି ଉତ୍ତୋଳନ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଚମ୍ପିୟାନସିପ ୨୦୨୩ ଅନୁଷ୍ଠିତ ହୋଯାଇଅଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଅବିଭକ୍ତ କେବିକେ ଜିଲ୍ଲାର ବହୁ ପ୍ରତିଯୋଗୀ ଅ°ଶଗ୍ରହଣ କରିଥିଲେ । ଏଥିରେ ମନ୍ଥନ ଦୈନିକ ଖବର କାଗଜ ରାୟଗଡ଼ ଜିଲ୍ଲା ପ୍ରତିନିଧି ମନୋଜ କୁମାର ସାହୁ ୬୬ କେଜି ମାଷ୍ଟର ବର୍ଗରେ ଭାଗ ନେଇ ୭୦ କେଜି ଶକ୍ତି ଉତ୍ତୋଳନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ସାମ୍ୱାଦିକ ମନୋଜ ସାହୁ ଏହି ସଫଳତାରେ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ପ୍ରତିଯୋଗିତାକୁ ରାୟଗଡ଼ର ମହାବୀର ଜିମ ଓ ଜଗତ ଜନନୀ ଜିମନା ଜିମ କ୍ଳବ ପରିଚାଳନା କରିଥଲେ ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.