ମାହେଶ୍ୱରୀ ଗୋଶାଳା କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର : ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ପରିସରରେ ଗ୍ରାମ୍ୟ ବିକାଶ ପରିଷଦ ଦ୍ୱାରା ଆୟୋଜିତ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ସହାୟତା ଓ ଶ୍ରୀ ଗୋବିଜ୍ଞାନ ଗାଉଣ୍ଡେସନ, ଓଡିଶା ମାର୍ଗଦର୍ଶନରେ ଗୋସୁରକ୍ଷା ଓ ଗୋଆଧାରିତ ଜୀବିକା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ସର୍ବପ୍ରଥମେ ବାବା ଖଗେଶ୍ୱର ବାନପ୍ରସ୍ତିଙ୍କ ଦ୍ୱାରା ଗୋପୁଜନ, ଗୋସେବା, ଗୋବନ୍ଦନା ପରେ କର୍ମଶାଳାକୁ ମୁଖ୍ୟ ଅଥିତି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗ ଦେଇ ଉଦଘାଟନ କରି ଗୋଶାଳା ର ଭିତିଭୂମି ନିର୍ମାଣ ନିମନ୍ତେ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ I
କର୍ମଶାଳା ରେ ଅଧକ୍ଷ ନିର୍ଗୁଣ ମହାକୁଡ଼ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ କୃତିବାସ ପଲିଆ ପରିଚାଳନା କରିଥିଲେ I ଗୋଶାଳା ଉପାଧକ୍ଷ ବୈଦ୍ୟ ହୃଷିକେଷ ଖେତି, ସହ ସମ୍ପାଦିକା ସୁଷୁମା ଲଉରିଆ ଅଥିତି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସଂମ୍ମାନିତ କରିଥିଲେ I ମୁଖ୍ୟ ବକ୍ତା ଭାବେ ବାବା ମଧୁସୂଦନ ଦାସ ଯୋଗ ଦେଇ ଗୋମାତାଙ୍କ ଉତ୍ପତି, ଗୋମାହାତ୍ୟମ ଓ ଗୋଆଧାରିତ ଜୀବିକା ଉପରେ ବକ୍ତବ୍ୟ ରଖିଥିଲେ I ବୌଦ୍ଧ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା ଅମିତାଭ ପଣ୍ଡା ଓ ପୁରୁଣାକଟକ ଭି. ଏସ ଡା ରୁଥ ଡୁଙ୍ଗଡୁଙ୍ଗ ଅନ୍ୟତମ ଅଥିତି ଭାବେ ଯୋଗ ଦେଇ ଗୋଶାଳା ପରିଚାଳନାରେ ସରକାରୀ ସାହାୟତା ଉପରେ ସୂଚନା ଦେଇଥିଲେ I କର୍ମଶାଳାର ମୁଖ୍ୟ ପ୍ରଶିକ୍ଷକ ଭାବେ ସାମାଜିକକର୍ମୀ କେଦାରନାଥ ସାହୁ ଯୋଗ ଦେଇ ମହିଳା ସ୍ୱୟଂ ସାହାୟିକା ଗୋଷ୍ଠି, ବେକାର ଯୁବଜ ଯୁବତୀ, କୃଷିମିତ୍ର, ପ୍ରାଣୀମିତ୍ର, ବୈଦ୍ୟ ମାନେ ଗୋପାଳନ କରି ଜୀବିକା ଭାବେ ଆଧାର କଲେ ନିଜର ଅର୍ଥ ନୀତି ସୁଦୃଢ ହୋଉ ପାରିବା ସଂଗେସଂଗେ ଗୋ ସୁରକ୍ଷା ହୋଇ ପାରିବ ବୋଲି କହିଥିଲେ I ସଂମ୍ମାନିତ ଅଥିତି ଭାବେ ବାମଣ୍ଡା ସରପଞ୍ଚ ଲଳିତ ଥାଟି, ଖୁଣ୍ଟବନ୍ଧ ସମିତି ସଭ୍ୟ ଯୁଧିଷ୍ଠିର ବାରିକ, ସମାଜସେବୀ ହରି ମିଶ୍ର, ଏମ୍ବିକେ ରିତାଞ୍ଜଳୀ ମିଶ୍ର, ସମାଜସେବୀ ତଥା ସାମ୍ବାଦିକ କମ୍ଭୁ ଖେତି, ଗୋସେବକ କାର୍ତ୍ତିକ ମହାକୁଡ଼, ଗୋ ଚିକିତ୍ସକ ଅଶୋଜ ଶତପଥି ବାବା କୁଞ୍ଜବନ ଓ ଭାଗ୍ୟଧର ମହାକୁଡ଼ ପ୍ରମୁଖ ମଞ୍ଚାସିନ ଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ନିମନ୍ତେ କାର୍ଯ୍ୟକାରୀ ସଦସ୍ୟ ପପୁନ ଗାଈଗୋରିଆ, ଭାରତାପୁର ମାହେଶ୍ୱରୀ କ୍ଲବର ଯୁବ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ I ଶେଷରେ କୋଷାଧ୍ୟକ୍ଷ ଉଦ୍ଧବ କଲତା ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )