ମା କ୍ଷେତ୍ରବାସୀ କ୍ରିକେଟ କ୍ଳବ ଚୁନିଦା ଠାରେ ସନ୍ତୋଷି ମା ଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ

0 4

ଭଦ୍ରକ ଜିଲ୍ଲା ମା କ୍ଷେତ୍ରବାସୀ କ୍ରିକେଟ କ୍ଲବ ଚୁନିଦା ନିକଟସ୍ଥ ମା ସନ୍ତୋଷି ମା ଙ୍କ ମନ୍ଦିର ପ୍ରାଙ୍ଗଣରେ ଦୁଇ ଦଳ ମଧ୍ୟ ରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ରବାସୀ ପଡ଼ିଆ ଠାରେ ବହୁତ ବର୍ଷ ହେବ ପ୍ରତେକ ବର୍ଷ ପ୍ରାୟ ଆଠ ଦିନ ହେବ ଏହି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥାଏ । ସେଠାରେ ଅନେକ ବ୍ଳକ ରୁ ବହୁତ ପିଲା ମାନେ ଆସି ଭାଗ ନିଅନ୍ତି , ଶେଷ ରେ ସେମି ଫାଇନାଲ ଏବଂ ପରେ ଫାଇନାଲ ରେ ଜିତି ସେମାନେ ତାଙ୍କ ର ପୁରସ୍କାର ବିତରଣ ରେ ପୁରସ୍କୃତ ହୁଅନ୍ତି । ଆଠ ଟି ଦଳ ମଧ୍ୟ ରେ ଖେଳ ହେଉଛି, ଦିନ ୧୦ ଟା ରୁ ହୋଇ ରାତି ୮ ଟା ପ୍ରର୍ଯ୍ୟନ୍ତ ଏହି ଖେଳ ହେବ l

।ସେଠାରେ ମହିଳା ସାମ୍ବାଦିକା ଲିପିକା ରାଉତ ଏବଂ ମହେଶ୍ଵର ଲେଙ୍କା , ନିତ୍ୟାନନ୍ଦ ବେହେରା , କୃଷ୍ଣ ଚନ୍ଦ୍ର ବେହେରା, ଶେଖର ରନ୍ଦ୍ର ଜେନା , କାଣ୍ଣୁ ଚନ୍ଦ ଜେନା ଙ୍କ ସମେତ ସନ୍ତୋଷ ଦାସ ଉପସ୍ଥିତ ରହିଥିଲେ । ଏଥିରେ ସମସ୍ତ ଆୟୋଜକ କରିଥିଲେ କୃଷ୍ଣଚନ୍ଦ୍ର ବେହେରା ସେ ଜଣେ ସେହି ଅଞ୍ଚଳ ର ସମାଜ ସେବୀ ଏବଂ ମନ୍ଦିର ପରିଚାଳନା ର ସମସ୍ତ କଥା ସେ ବୁଝିଥାନ୍ତି । କୋଭିଡ କଟକଣା ମଧ୍ୟ ରେ ପ୍ରାୟ କମ ଲୋକ ଆସି କ୍ରିକେଟ ଖେଳ କୁ ଦେଖି ଆର୍କର୍ଷିତ ହୋଇଥିଲେ ।

ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.