ମା ବିମଳାଙ୍କ ସହ ସମସ୍ତ ଶକ୍ତିପୀଠ ଓ ଗୋଷାଣୀଙ୍କ ମହାଷ୍ଟମୀ

0 1

ଶ୍ରୀକ୍ଷେତ୍ରର କ୍ଷେତ୍ରଧୀଶ୍ଵରୀ ମା ବିମଳାଙ୍କ ସହ ସମସ୍ତ ଶକ୍ତିପୀଠ ଓ ଗୋଷାଣୀଙ୍କ ମହାଷ୍ଟମୀ ପୂଜା ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ଭଣ୍ଡାରଘରେ ଆୟୁଧ ପୂଜାରେ ବସିଛନ୍ତି। ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଦେଇ ଶଙ୍ଖୁଡ଼ି ଭୋଗ ଭିତରକୁ ପ୍ରବେଶ କରିବ। ମାଙ୍କ ଆଜ୍ଞାମାଳ ଆସିବା ପରେ ପନିକିରେ ସିନ୍ଦୁର, ଚନ୍ଦନ ଲାଗି ହୋଇ ସେହି ପନିକିରେ ତିନିଦିନ ଧରି ମାଛକଟା ହୋଇ ମାଙ୍କୁ ଭୋଗ ହୋଇଥାଏ।ଏଥିସହ ଦୁଇଟି ଲେଖାଏଁ ଛାଗ ବଳି ପଡିଥାଏ।ମାଙ୍କ ମନ୍ଦିରକୁ ମହିଳା ଶ୍ରଦ୍ଧାଳୁ ଏହି ସମୟରେ ଯାଇନଥାନ୍ତି।

ମା ବିମଳାଙ୍କ ଚଳନ୍ତି ପ୍ରତିମା ମା କାକୁଡିଖାଇଙ୍କ ସନ୍ଧିପୂଜା ସହ କାକୁଡି ବଳି ଦିଆଯିବ। କୋଭିଡ ୧୯ କଟକଣା ମଧ୍ୟରେ ପୂଜା କରାଯାଇଛି।ଅଷ୍ଟଶକ୍ତି ମଧ୍ୟରୁ ଅନ୍ୟତମ ମା ବାଙ୍କୀମୁହାଁଣ ରାମଚଣ୍ଡୀଙ୍କ ଆଜି ମହିଷାମର୍ଦ୍ଧିନୀ ବେଶ କରାଯାଇଛି।ରାତିରେ ମାଙ୍କ ପୋଡା ମାଛ ବଳି ଦିଆଯିବ। ଏଥିସହ ସମସ୍ତ ଗୋଷାଣୀଙ୍କ ମହାଷ୍ଟମୀରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।ତେବେ କରୋନା ପ୍ରଭାବରେ ଯାଗା ଓ ଆଖଡା କମିଟି ଦ୍ୱାରା ପରିଚାଳିତ ୪୦ରୁ ଉର୍ଧ୍ବ ଗୋଷାଣୀଙ୍କ ନିରାଡ଼ମ୍ବର ଭାବେ ଅଷ୍ଟମୀ ପୂଜା କରାଯାଇଛି। ପରମ୍ପରା ଅନୁଯାଇ ପାଣିକଖାରୁ ବଳି ଦିଆଯିବ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.