ମା ସୁରେଶ୍ୱରୀ ଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ

0 7

ପବିତ୍ର ବିଜୟା ଦଶମୀ ଅବସରରେ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହୋଇଛି l ଆଶ୍ଵିନ ମାସରେ ପ୍ରତିପଦା ଦିନଠାରୁ ଦଶହରା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରପରମ୍ପରା ରହିଛି l ଶକ୍ତିସ୍ୱରୂପା ଅଧିଷ୍ଠାତ୍ରୀ ଦେବୀମା ସୁରେଶ୍ୱରୀ ଆଜି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ଆଜିର ବେଶ ବହୁତ ସୁନ୍ଦର ଦେଖା ଯିବା ସହିତ ପିତ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଛି l ମା ସୁରେଶ୍ୱରୀ ଙ୍କ ଆଜି ହେଉଛି ଅନ୍ତିମ ବେଶ l ଏହି ବେଶ ଦେଖିବା ପାଇଁ ପ୍ରବଳ ଜନସମାଗମ ହେବା ସହ ଭକ୍ତ ଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି l ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l କିଛି ନିର୍ଦ୍ଧିଷ୍ଟ ସେବାୟତ ଓ ପୂଜକ ଙ୍କ ଦ୍ୱାରା ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ମା ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଉଛି l କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଉଥିବା ହେତୁ ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ଶୃଙ୍ଖଳିତ ଭାବରେ ମା ସୁରେଶ୍ୱରୀ ଙ୍କ ଦର୍ଶନ କରୁଥିବା ଦେଖାଯାଇଛି l ଭକ୍ତ ଙ୍କ ମଧ୍ୟରେ ଏ ବିରଳ ରାଜରାଜେଶ୍ୱରୀ ବେଶ ଦର୍ଶନ ଲାଭ କରି ନିଜକୁ ଧନ୍ୟ ମନେକରୁଥିବା ଦେଖାଯାଉଛି l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.