ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଜପତି ଜିଲ୍ଲାର ୫ଟି ରୂପାନ୍ତରିତ ସ୍ମାର୍ଟ ବିଦ୍ୟାଳୟ ଲୋକାର୍ପିତ

0 57

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଜପତି ଜିଲ୍ଲାର ୫ଟି ଉପକ୍ରମରେ ରୂପାନ୍ତରିତ ୫ଗୋଟି ସ୍ମାର୍ଟ ବିଦ୍ୟାଳୟକୁ ଭିଡିଓ କନଫେରନ୍ସିଂଙ୍କ ଜରିଆରେ ଲୋକାର୍ପିତ କରିଛନ୍ତି । ଏହି ଅବସରର ଗଜପତି ଜିଲ୍ଲାର ଗୁମ୍ମା ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ସାରକା ଅତିଥି ଭାବେ ଯୋଦେଇଥିବା ବେଳେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମଞ୍ଚାସୀନ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁମ୍ମା ଉଚ୍ଚବିଦ୍ୟାଳୟ ଛାତ୍ରୀ ମର୍ଣିକା ରଇତଙ୍କୁ ସ୍ମାର୍ଟ ବିଦ୍ୟାଳୟ ଦ୍ୱାରା କି ପ୍ରକାର ଉପକୃତ ହେବେ ବୋଲି ପ୍ରଶ୍ନ କରିଥିଲେ । ଛାତ୍ରୀଜଣକ ବେସରକାରୀ ବିଦ୍ୟାଳୟ ଗୁଡିକରେ ପିଲାମାନଙ୍କୁ ଯେଉଁ ସୁବିଧା ମିଳୁଥିଲା ତାହା ସରକାରୀ ବିଦ୍ୟାଳୟରେ ମିଳିବ । ଯଦ୍ୱାରା କି ସେମାନଙ୍କ ଠାରୁ ଆମେ କୌଣସି କ୍ଷେତ୍ରରେ ପଛୁଆ ରହିବୁନି ବୋଲି କହିଥିଲେ ।

ଜିଲ୍ଲାରେ ମୋଟ ୧୨୦ଟି ସରକାରୀ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ସ୍ଥିର କରାଯାଇଛି । ସେଥିମଧ୍ୟର ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ଗୁମ୍ମା ବ୍ଲକରେ ଥିବା ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ବ୍ଲକ୍‌ର ଗୁରାଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସରକାରୀଉଚ୍ଚ ବିଦ୍ୟାଳୟ, ଆର ଉଦୟଗିରି ବ୍ଲକର ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମୋହନା ବ୍ଲକର ଶିକୁଳି ପଦର ସରକାରୀ ଉଚ୍ଚବିଦ୍ୟାଳୟରେ ରୂପାନ୍ତିରତ କରାଯାଇଥିବା ସ୍ମାର୍ଟ ବିଦ୍ୟାଳୟ ଲୋକାର୍ପିତ ହୋଇଥିବା ବେଳେ ତା.୫-୩-୨୦୨୨ରିଖରେ ୬୦ଟି ଏବଂ ଅନ୍ୟ ଗୁଡିକ ପର୍ଯ୍ୟାୟକ୍ରମେ ଲୋକାର୍ପିତ ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ଏହି ସ୍ମାର୍ଟ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅତ୍ୟାଧୁନିକ ଇ-ଶ୍ରେଣୀଗୃହ, ଇ-ପାଠାଗାର, ଇ-ପରୀକ୍ଷାଗାର, ଇ-ସ୍ୱଚ୍ଛପାନୀୟ ଜଳ, ଇ-ରୋଷେଇ ଗୃହ, ଇ- ଶୌଚାଳୟ, ବଗିଚା ସମେତ ଅନ୍ୟାନ୍ୟ ସୁବିଧା ଗୁଡିକ ଉପଲବ୍‌ଧ ହେବ । ଉପରୋକ୍ତ ବିଦ୍ୟାଳୟଗୁଡିକୁ ସ୍ମାର୍ଟ ବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ସାଢେ ୩କୋଟି ଟଙ୍କା ବ୍ୟୟ କରାଯାଇଥିବାର ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୂପ ଅଭିଷେକ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.