ମୁଖ୍ୟମନ୍ତ୍ରୀ ଙ୍କ ଲୋକକଳା ଟ୍ରଫି-୨୦୨୧ ଉଦଘାଟିତ ହୋଇଛି

0 26

ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତା ଦ୍ୱିତୀୟ ଦିନରେ ଖୁବ ସରଗରମ

ମୁଖ୍ୟମନ୍ତ୍ରୀ ଙ୍କ ଲୋକକଳା ଟ୍ରଫି-୨୦୨୧ ଉଦଘାଟିତ ହୋଇଛି ।ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ମୂଲ୍ୟାୟନ ହୋଇ ଚୟନ ହୋଇଥିବା ଶ୍ରେଷ୍ଠଦଳ ରାଜ୍ୟସ୍ତରୀୟ ଲୋକମଞ୍ଚରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ମାନୀତ ହେବାର ମହତପୂର୍ଣ୍ଣ ଆଭିମୁଖ୍ୟ- ନେଇ ଏବଂ ଗ୍ରାମୀଣ କଳାକାରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗଞ୍ଜାମଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି, ଜିଲ୍ଲାସ୍ତରୀୟ ଲୋକକଳା ପରିବେଷଣ ପ୍ରତିଯୋଗିତା ସମାରୋହ । ଗଞ୍ଜାମଜିଲ୍ଲା କଳା ସଂସ୍କୃତି ସଙ୍ଘ ଓ ଓଡ଼ିଆଭାଷା ସାହିତ୍ୟ ଓ ରାଜ୍ୟସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା ସଂସ୍କୃତିପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାମୂଳକ ପରିବେଷଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କଳାକାର ଗୋଷ୍ଠୀଙ୍କ ଅପୂର୍ବ ସମାଗମ ହୋଇଛି । ପ୍ରଥମ ଦିନରେ ଆଦିପୁର ର ବାଘ ଓ ବୃଷଭ ନୃତ୍ୟ, କଣ୍ଢେଇ ନାଚ ଅପେରା, ଦାସକାଠିଆ ପରିବେଷଣ ଖୁବପ୍ରଶଂସିତ ହୋଇଥିଲା । ଉଦ୍ଘାଟନୀ ଦିବସରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା , ଗଞ୍ଜାମ ଜିଲ୍ଲା କଳାକାରସଙ୍ଘ ର ଉପ-ସଭାପତି ସନ୍ତୋଷ କୁମାର ପାଢ଼ୀ ଓ ସଂସ୍କୃତି ବିଭାଗ ର ଅବସରପ୍ରାପ୍ତ ଉପ-ନିର୍ଦେଶକ କୃଷ୍ଣ ଚନ୍ଦ୍ର ନିଶାଙ୍କ ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଏହି ଦୁଇ ଦିନିଆପ୍ରତିଯୋଗିତା ର ପରିଚାଳନା କରିଥିଲେ ।
ବୁଧବାର ଦ୍ୱିତୀୟ ଦିନରେ ରଙ୍ଗମଞ୍ଚରେ ବହୁ ସରଗରମ ହୋଇଉଠିଛି । ଏହି ପ୍ରତିଯୋଗିତା ସମାରୋହ ବୁଧବାର ସନ୍ଧ୍ୟାରେ ସମ୍ପନ୍ନ ହେବ ବୋଲି ଜଣାଯାଇଛି । ଗଞ୍ଜାମଜିଲ୍ଲାର ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ ଯଥା- ଭାରତଲୀଳା, କୃଷ୍ଣଲୀଳା, ରାଧାପ୍ରେମଲୀଳା,ରାମଲୀଳା, ଘୁଡିକି, ପ୍ରହ୍ଲାଦ-ନାଟକ, ସଖୀନାଚ, ରଣପା, ଚଢ଼େୟାନୃତ୍ୟ, ଦାସକାଠିଆ,ଘୋଡାନାଚ, ବାଘନାଚ, ଘଣ୍ଟମୃଦଙ୍ଗ,ଚାଙ୍ଗୁବାଦ୍ୟ, ବୀଣାକାରନୃତ୍ୟ, ହଳିଆ ଗୀତ, କଣ୍ଢେଇ-ନାଚ( ଅପେରା ) ଆଦି ପରିବେଷଣ ହେଉଅଛି । ଏହି ଲୋକକଳା ସଂସ୍କୃତିର ମାଧୂର୍ଯ୍ୟ କୁ ଉଜୀବିତ କରିବା ପ୍ରୟାସ ନେଇ ରାଜ୍ୟ ସଂସ୍କୃତି ବିଭାଗର ଏକ ଅଭିନବ ପ୍ରୟାସ ବୋଲିଏଠାରେ ସ୍ପଷ୍ଟକରାଯାଇଛି ।


ପ୍ରଥମ ଦିନରେ ୧୧ ଟି ବ୍ଲକ ର ୨୧ ଟି ଭାରତ ଲୀଳା, ଓଷାକୋଠି ନାଚ, ବାଘନାଚ ଭଳି ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଥିଲେ l ବୁଧବାର ସନ୍ଧ୍ୟାସୁଦ୍ଧା ସର୍ବମୋଟ ବ୍ରହ୍ମପୁର ବିଏମସି ସହ ୪୬ ଟି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲା କଳାକାର ସଙ୍ଘର ଉପ-ସଭାପତି ସନ୍ତୋଷ କୁମାର ପାଢ଼ୀ, ଲୋକନୃତ୍ୟ ଗୁରୁ ନାରାୟଣ ମହାରଣା, ଦାସକାଠିଆ ଗୁରୁ ସୁରେନ୍ଦ୍ର ପାଣିଗ୍ରାହୀ, ରଣପ୍ପା ଓ ଯୋଡିଶଙ୍ଖ ଗୁରୁ ଶରତ ଚନ୍ଦ୍ର ମହାପାତ୍ର, ସଖୀନୃତ୍ୟ ଗୁରୁ କାଳୁ ଚରଣ ସାହୁ ପ୍ରମୁଖ ବିଚାରକ ମଣ୍ଡଳୀ ସକ୍ରୀୟ ଭାବେ ଦାୟିତ୍ୱ ତୁଲାଇ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସଂଯୋଜନା ଓ ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ଏହାର ତଦାରଖ କରୁଛନ୍ତି l

ଗଞ୍ଜାମଜିଲ୍ଲା ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.