ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୀର୍ଘାୟୁ କାମନା କରି ସାମୂହିକ ଦୀପପ୍ରଜ୍ବଳନ

0 4

ଛତ୍ରପୁର : ନବୀନ ବାବୁଙ୍କ ୭୬ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇ, ତାଙ୍କ ଦୀର୍ଘାୟୁ କାମନା କରି ଛତ୍ରପୁର ସ୍ଥ ଗୌରୀଶଙ୍କର ମନ୍ଦିରରେ ସାମୂହିକଭାବେ ଦୀପ-ପ୍ରଜ୍ବଳନ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡି ର ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗଙ୍କ ସମେତ ବ୍ଳକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ରବେହେରା, ପ୍ରାକ୍ତନ ବିଧାୟକ ଅଶୋକ ଚୌଧୂରୀ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗଦେଇ ବିଜେଡି ପରିବାରର ପିତା ନବୀନ ପଟ୍ଟନାୟକ ଙ୍କଜନ୍ମଦିନ ଅବସରରେ ସୁଖ,ସମୃଦ୍ଧି, ଯଶସ୍ୱୀର ଜୟ ହେବା କାମନା କରିଛନ୍ତି । ପରେ ଛତ୍ରପୁର ଲୱେର ବସଷ୍ଟାଣ୍ଡ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜେଡି ଦଳର ଶୁଭକାମନା କରି ଦଳର ଜୟଗାନ କରିଥିଲେ । ଶେଷରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଦଳ ତରଫରୁ ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.