ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି- ୨୦୨୧ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

0 108

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି-୨୦୨୧ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସନତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ , ଖୋର୍ଦ୍ଧା ଶ୍ରୀ ଜ୍ୟୋତି ରୀନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ସେ କହିଥିଲେ ଲୋକକଳାର ପ୍ରଚାର ପ୍ରସାର ପାଇଁ କଳାକାର ମାନେ ଉତ୍ସର୍ଗୀକୃତ ଭାବେ କାମ କରିଛନ୍ତି। କଳା ହେଉଛି ଏକ ସାଧନାର କ୍ଷେତ୍ର।ଏହି କ୍ଷେତ୍ରର ଶେଷ ନାହିଁ।ପ୍ରତିଯୋଗିତା ମାଧ୍ୟମରେ କଳାକାରମାନେ ନିଜକୁ ପ୍ରସ୍ତୁତ କରିପାରିବେ।କଳାକାରମାନେ ସାରସ୍ଵତ ସାଧକ।ଖୋର୍ଦ୍ଧା ଐତିହାସିକ ମାଟି।ଦୁଇଶହ ବର୍ଷ ପୂର୍ବେ ଖୋର୍ଦ୍ଧାରେ ଇଂରେଜ ଶାସନ ବିରୁଦ୍ଧରେ ପାଇକବିଦ୍ରୋହ ସଂଗଠିତ ହୋଇଥିଲା।ଲୋକକଳାର ପ୍ରସାର ଓ ଅଭିବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରେରଣା ପ୍ରସଂଶନୀୟ।
ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି କହିଥିଲେ ଭାରତୀୟ ସଂସ୍କୃତି ମହାନ୍। ଦେଶରେ ଓଡ଼ିଶାର କଳା ସସ୍କୃତି ର ସ୍ଵତନ୍ତ୍ର ସ୍ଥାନ ରହିଛି ଏବଂ ବିଶ୍ୱସ୍ତରରେ ଏହାର ମାନ୍ୟତା ଅଛି।ଓଡ଼ିଶା ଲୋକକଳା ରେ ସମୃଦ୍ଧ ।ଓଡ଼ିଶା ସରକାର ଲୋକକଳାର ପ୍ରଚାର ପ୍ରସାର ପାଇଁ ଗୁରୁତ୍ବ ଦେଉଛନ୍ତି।ଖୋର୍ଦ୍ଧା ଜିଲ୍ଲାର ଲୋକକଳା ବିଶେଷ ଆଦୃତି ଲାଭ କରିଛି।ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀ ରାମଚନ୍ଦ୍ର କର ଲୋକକଳା ପ୍ରତିଯୋଗିତା ଓ ଖୋର୍ଦ୍ଧା ଜିଲ୍ଲାର ଲୋକକଳା ଦଳ ସମ୍ପର୍କରେ କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମାନସ ରଞ୍ଜନ ବିଶ୍ଵାଳ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଖୋର୍ଦ୍ଧା ଜିଲ୍ଲାର ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ବୃନ୍ଦ ଏବଂ ଲୋକ କଳାକାର ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ର ବିଚାରକ ଭାବେ ଶ୍ରୀ ସୁଦର୍ଶନ ମହାପାତ୍ର,ଶ୍ରୀ ମହେନ୍ଦ୍ର ହରିଚନ୍ଦନ ,ଡ଼ଃ ଗଣେଶ୍ୱର ସ୍ଵାଇଁ ,ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ,ଶ୍ରୀ ରାମଚନ୍ଦ୍ର କର ଯୋଗ ଦେଇଥିଲେ।ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକ୍ ର ୨୦ ଟି ଲୋକକଳା ଦଳ ଅଂଶଗ୍ରହଣ କରିଥିଲେ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.